ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ।
୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା, ଅଳଙ୍କାର ସଫା କରିବା ପାଇଁ ଦେଇଥିଲେ। ସେମାନେ ମହିଳାମାନଙ୍କ ସାମ୍ନାରେ ସୁନା, ଅଳଙ୍କାର ସଫା କରିବା ଆରମ୍ଭ କରିଥିଲେ। ମାତ୍ର ଗାଁ ମହିଳାମାନଙ୍କ ଅନ୍ୟମନସ୍କତାର ଫାଇଦା ନେଇ ଅସଲି ସୁନାକୁ ଚତୁରତାର ସହ ବଦଳାଇ ଦେଇଥିଲେ। ଏବଂ ଅସଲି ସୁନା ଭଳି ଦେଖାଯାଉଥିବା ଅନ୍ୟ ଏକ ନକଲି ସାମଗ୍ରୀ ଦେଇ ଚମ୍ପଟ ମାରି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଗ୍ରାମବାସୀ ସେହି ମହିଳାମାନଙ୍କୁ କାବୁ କରି ବାଣପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
Comments are closed.