Latest Odisha News

BREAKING NEWS

ସୁନାର କୁଲ୍‌ଫି, ଭାଇରାଲ ହେଲା ଭିଡ଼ିଓ

ଇନ୍ଦୋର: ଗ୍ରୀଷ୍ମ ସମୟରେ କୁଲଫି ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ । ଏହାର ଥଣ୍ଡା ଏବଂ ମିଠା ସ୍ୱାଦ କେବଳ ଗରମରୁ ଆରାମ ଦେଇଥାଏ । ବଜାରରେ ଅନେକ ପ୍ରକାରର କୁଲଫି ଉପଲବ୍ଧ ହୋଇଥାଏ । ଯେମିତି କି ପ୍ଲେନ୍ କୁଲଫି, ପିସ୍ତା କୁଲଫି , ଆମ୍ବ ଏବଂ ବାଦାମ କୁଲଫି ଆଦି ରହିଛି । କିନ୍ତୁ ଆପଣ କେବେ ସୁନାର କୁଲଫି ବିଷୟରେ ଶୁଣିଛନ୍ତି କି? ଇନ୍ଦୋର ସହରରେ ଜଣେ ବ୍ୟକ୍ତି ସୁନା କୁଲଫି ବିକ୍ରି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।

ଇନ୍ଦୋର ସହରରେ ରୁହନ୍ତି ବଣ୍ଟି ଯାଦବ । ତାଙ୍କୁ ସୁନା ବହୁତ ପସନ୍ଦ । ସେଥିଲାଗି ସେ ସବୁଦିନ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ପିନ୍ଧିଥାନ୍ତି । ସେ ସ୍ଥାନୀୟ ଅଞ୍ଚଳରେ ଗୋଲ୍ଡମ୍ୟାନ୍ ଭାବରେ ଜଣାଶୁଣା । ଏବେ ସେ ସୁନା କୁଲଫି ବିକ୍ରି କରୁଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବଣ୍ଟିି ସୁନା ଅଳଙ୍କାର ପିନ୍ଧିଛନ୍ତି । ସେ ଫ୍ରିଜରୁ କୁଲଫି ଖଣ୍ଡ ବାହାର କରି ୨୪ କ୍ୟାରେଟ୍ ସୁନା ଫଏଲ୍ ରେ ଗୁଡ଼ାଇ ରଖୁଛନ୍ତି । ଏହି କୁଲଫିର ମୂଲ୍ୟ ହେଉଛି ୩୫୧ ଟଙ୍କା । ଏହି ବ୍ୟକ୍ତିଙ୍କୁ ଇନ୍ଦୋରର ସାଫାର ଅଞ୍ଚଳରେ ପ୍ରକାଶ କୁଲଫି ବୋଲି ଲୋକେ ମଧ୍ୟ ଜାଣନ୍ତି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ଅର୍ଥର ଅପଚୟ ବୋଲି କହିଛନ୍ତି ।

Leave A Reply

Your email address will not be published.