Latest Odisha News

BREAKING NEWS

ସୁନା ସଫା ପାଉଡର ବିକ୍ରି ନାଁରେ ମହିଳାଙ୍କଠୁ ସୁନା ଗହଣା ଲୁଟ୍

ଯାଜପୁର: ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଧର୍ମଶାଳା ଥାନା ଜାରକା ବର୍ଜୁ ନଗରଠାରେ ସୁନା ସଫା ପାଉଡର ବିକ୍ରି ନାଁରେ ଜଣେ ମହିଳାଙ୍କ ଦେହରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଜଣେ ଯୁବକ ଆଜି ସକାଳ ୧୧ଟା ବେଳେ ବର୍ଜୁ ନଗର କଲୋନୀକୁ ସୁନା ଓ ତମ୍ବା ସଫା ପାଉଡର ବିକ୍ରି ପାଇଁ ଆସିଥିଲେ । ଅନେକ ଘରକୁ ଯାଇ ପାଉଡର ବିକ୍ରି ପାଇଁ ନିବେଦନ କରିଥିଲେ କିନ୍ତୁ କେହି କିଣିବାକୁ ଚାହିଁନଥିଲେ । ପରେ ଉକ୍ତ କଲୋନୀରେ ମୀନକେତନ ପଣ୍ଡାଙ୍କ ଗେଟ୍ ପାଖକୁ ଯାଇ ତାଙ୍କ ପତ୍ନୀଙ୍କୁ ପାଉଡର ନେବା ପାଇଁ କହିଥିଲେ । ମହିଳା ଜଣକ ଗେଟ୍ ଖୋଲି ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ମହିଳାଙ୍କ ଦେହରେ ଛୁରା ଲଗାଇ ସୁନା ଅଳଙ୍କାର ଖୋଲି ଦେବାକୁ ଧମକ ଦେଇଥିଲେ । ମହିଳା ଜଣକ ଭୟରେ ପିନ୍ଧିଥିବା ସୁନା ଚୁଡ଼ି ଓ ମୁଦି କାଢ଼ି ଦେଇ ଦେଇଥିଲେ । ଏପଟେ ପୂର୍ବରୁ ବାଇକରେ ବସି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ସହ ଯୁବକ ଜଣକ ଫେରାର ହୋଇଯାଇଥିଲେ ।

ଅଭିଯୋଗ ଅନୁସାରେ ଦୁର୍ବୃତ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ ।

Leave A Reply

Your email address will not be published.