ଭୁବନେଶ୍ୱର: ସୁନା ଦରରେ ଲାଗିଲା ବ୍ରେକ୍ । ହୁ ହୁ ହୋଇ ବଢୁଥିବା ସୁନା ଦାମ ଆଜି ହଠାତ୍ କମିଛି । ଆଜି ୨୪କ୍ୟାରେଟ୍ ସୁନା ୧୪୨୦ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୯୦୦ରେ ପହଞ୍ଚିଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି ।
ଗତକାଲି ୨୪ କ୍ୟାରେଟର ଦାମ ୧ ଲକ୍ଷ ୫୩ ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ଗତକାଲି ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୪୦ ହଜାର ୫୫୦ ଟଙ୍କା ରହିଥିଲା ।
ସେହିପରି, ରୂପା କିଲୋ ମଧ୍ୟ ହ୍ରାସ ପାଇଛି । ଆଜି ୨୦ ହଜାର କମିଛି ରୂପା ଦର । ରୂପା କିଲୋଗ୍ରାମ୍ ପିଛା ୨୦ ହଜାର କମିବା ପରେ ଏହା ୨ ଲକ୍ଷ ୮୦ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ୩ ଲକ୍ଷ ରହିଥିଲା ।