ଭୁବନେଶ୍ବର: ବିବାହ ତିଥି ଆସିଯାଇଛି। ତେଣୁ ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଏହାକୁ ନେଇ ଚିନ୍ତାରେ ଗ୍ରାହକ। କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର।
ଫବୃଆରୀ ୯ ତାରିଖ ଦିନ ୮୭ ହଜାର ଉପରକୁ ଟପିଥିଲା ସୁନା ରେଟ୍। ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ତେବେ ଗତକାଲି ଠାରୁ ଆଜିର ଦର ସାମାନ୍ୟ କମ୍ ରହିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୮୦,୧୦୦ ଟଙ୍କା ଥିବା ବେଳେ ଆଜି ଏହା ହ୍ରାସ ପାଇ ୭୯,୪୦୦ ଟଙ୍କାରେ ପହଞ୍ଚିଛି।
ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୭,୩୮୦ ଟଙ୍କାରୁ କମି ୮୬,୬୭୦ ଟଙ୍କାରେ ପହଞ୍ଚିଛି। କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୪୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।
Comments are closed.