Latest Odisha News

BREAKING NEWS

ଆହୁରି ଶସ୍ତା ହେଲା ସୁନା: କେତେ ରହିଛି ଆଜିର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶୀ ବଜାରରେ ଗତ କିଛିଦିନ ହେବ ସୁନାଦରରେ କ୍ରମାଗତ ହ୍ରାସ ପରିଲିଖିତ ହେଉଛି । ବିଦେଶୀ ବଜାରରେ ଦର ହ୍ରାସ ଯୋଗୁଁ ଭାରତର ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଉପରେ ପ୍ରଭାବ ପଡୁଛି ।

୧୨ ତାରିଖ ଦିଲ୍ଲୀ ବଜାରରେ ସୁନା ଓ ରୂପା ଦର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ଚାହିଦା ହ୍ରାସ ପାଇବା ଯୋଗୁଁ ସୁନା ଓ ରୂପା ଦାମରେ ହ୍ରାସ ପାଉଥିବା ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

ବିଶେଷଜ୍ଞ କହିବାନୁସାରେ ନିବେଶକ ମନ ସୁନା କିଣିବାରୁ ହଟିଯାଇଛି । ତେଣୁ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦାମ୍ ଲଗାତର ହ୍ରାସ ପାଇଛି ।

ଦିଲ୍ଲୀର ଅଳଙ୍କାର ବ୍ୟବସାୟୀଙ୍କ ଅନୁସାରେ ଗ୍ଲୋବାଲ୍ ଷ୍ଟକ୍ ମାର୍କେଟରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଏବେ ନିବେଶକ ସୁନା ଓ ରୂପାରେ ନିଜ ନିବେଶ କମ୍ କରିଦେଇଛନ୍ତି । ଏହି କାରଣରୁ କମୋଡିଟି ମାର୍କେଟରେ ଏହି ହ୍ରାସ ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୧୫୬୨.୫ ଡଲାର ପ୍ରତି ଆଉନ୍ସ ଓ ରୂପା ଦାମ୍ ୧୭.୫୧ ଡଲାର୍ ପ୍ରତି ଆଉନ୍ସ ରହିଛି ।

ଆଜି ଦିଲ୍ଲୀ ବଜାରରେ ସୁନାର ଦାମ୍ ପ୍ରତି ୧୦ ଗ୍ରାମକୁ ୪୧,୧୪୮ ଟଙ୍କା ରହିଛି

Leave A Reply

Your email address will not be published.