Latest Odisha News

BREAKING NEWS

ନିଦ ହଜାଇଲାଣି ସୁନା ଦର: ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି। ପୁଣି ଆକାଶଛୁଆଁ ହୋଇଛି ସୁନା ଦର। ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛ । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ଗୁରୁବାର ଅର୍ଥାତ୍‌ ୬ ଫେବୃଆରୀରେ ୭୯,୩୦୦ ଟଙ୍କା ୧୦ ଗ୍ରାମ୍‌କୁ ରହିଛି । ଗତକାଲି ଏହା ୭୯,୦୫୦ ଟଙ୍କା ଥିଲା। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୫୧୦ ଟଙ୍କା ରହିଛି । ଗତକାଲି ଏହା ୮୬,୨୪୦ ଟଙ୍କା ଥିଲା । ସେହିପରି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୬୪,୮୮୦ ଟଙ୍କା । ଗତକାଲି ଏହା ୬୪,୬୮୦ ଟଙ୍କା ଥିଲା । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୭୦୦ ରହିଛି ।

ସୂଚନା ଥାଉକି ଜାନୁଆରୀ ଶେଷ ଆଡକୁ ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କା ଥିଲା। ସେହିପରି, ଦିଲ୍ଲୀରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ଦାମ୍ ୮୩ ହଜାର ୮୦୦ ଟଙ୍କା ଥିଲା। ତେବେ ଭୁରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ବଢ଼ିଛି । ତେବେ ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ସର୍ବାଧିକ ସ୍ତରରେ ପହଞ୍ଚିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Comments are closed.