Latest Odisha News

BREAKING NEWS

ଆସନ୍ତା ସପ୍ତାହରେ ୬୦ ହଜାର ଟପିବ ସୁନା ଦର

ଭୁବନେଶ୍ୱର : ପୁଣି ବଢ଼ିପାରେ ସୁନା ଦର  । ଆକାଶ ଛୁଆଁ ହେବ ସୁନା  । କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ  । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯ ହଜାର ୪୨୦ ଟଙ୍କା ରହିଛି । ଏପ୍ରିଲ୍‌ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧ ହଜାର ୪୧୪ ଟଙ୍କା ବୃଦ୍ଧି ପାଇଛି । ତେଣୁ ଆସନ୍ତା ମାସ ସୁଦ୍ଧା ସୁନା ଦାମ୍‌ ୬୦ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି କୁହାଯାଉଛି  । କେବଳ ସୁନା ନୁହେଁ ରୂପା ଦାମ୍‌ ମଧ୍ୟ ବଢ଼ୁଛି  । ରୂପା କେଜି ପିଛା ଦାମ୍‌ ୨ ହଜାର ୧୧୮ ଟଙ୍କା ବୃଦ୍ଧି ପାଇ ୬୮ ହଜାର ୬୪୯ ଟଙ୍କା ହୋଇଛି  ।

ସୁନା ଗହଣା ପ୍ରତି ସମସ୍ତେ ବେଶ୍‌ ଆଗ୍ରହୀ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ସୁନା ଦର ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ଆଗାମୀ ଦିନରେ ସୁନା ଦର ବୃଦ୍ଧି ହୋଇ  ୬୦,୦୦୦ ଟପିପାରେ ବୋଲି କୁହାଯାଉଛି । ଆମେରିକା ଓ ୟୁରୋପରେ ଦେଖା ଦେଇଥିବା ବ୍ୟାଙ୍କ ସଙ୍କଟ ନିବେଶକ ମାନଙ୍କୁ ପ୍ରଭାବିତ କରିଥିବାରୁ ସେମାନେ ସୁରକ୍ଷିତ ନିବେଶ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି । ଦିନକୁ ଦିନ ବଜାରରେ ସୁନାର ଚାହିଦା ବଢ଼ିବାରୁ ତାହା ମହଙ୍ଗା ହେବାରେ ଲାଗିଛି ।

ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଦାମ୍‌ ବଢ଼ୁଛି । ତେବେ କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଗହଣା ଦୋକାନ ଗୁଡ଼ିକରେ ବିକ୍ରି ହେଉଥିବା ସୁନା ମୂଲ୍ୟ ଠାରୁ ଭିନ୍ନ  । ଗହଣା ବଜାରରେ ସୁନା ଦାମ୍‌ ଏହାଠାରୁ କମ୍‌ ରହିଛି  ।  ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟରେ ୪, ୩୬୬ ଟଙ୍କାର ବୃଦ୍ଧି ହୋଇଛି  । ଆଗାମୀ ଦିନରେ ଏହାର ମୂଲ୍ୟ ୬୦,୨୦୦ ଟଙ୍କା ପର୍ଯ୍ୟନ୍ତ ସ୍ତରକୁ ଯାଇପାରେ  । ସେହିପରି ରୂପାର କେଜି ପିଛା ଦାମ୍‌ ୬୭ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ର ଉପସଭାପତି ଅନୁଜ ଗୁପ୍ତା ଆକଳନ କରିଛନ୍ତି  । ସେହିପରି ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ମହଙ୍ଗା ହେଉଛି ।

 

Leave A Reply

Your email address will not be published.