ନୂଆଦିଲ୍ଲୀ: ବଜେଟ ପୂର୍ବରୁ ହୁ ହୁ ବଢ଼ିଲା ସୁନା ଦର। ଗୁରୁବାର ଦିନ ମଧ୍ୟ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ମାତ୍ର ଗୋଟିଏ ଦିନରେ ସୁନାର ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି। ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢିଲା ୨୪ କ୍ୟାରେଟ୍ ସୁନା ଦର।
ଗତକାଲି ସକାଳେ COMEXରେ ସୁନା ଦର ପ୍ରତି ଆଉନ୍ସ $୫,୦୧୯.୬୦ ଥିଲା। ଯାହା ସନ୍ଧ୍ୟା ସୁଦ୍ଧା ଆଉନ୍ସ $୫,୨୬୯.୬୦ ରେ ପହଞ୍ଚିଥିଲା ଏବଂ ଆଜି ଏହା ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ $୫୫୦୦ରେ ପହଞ୍ଚିଛି। ସେହିପରି ବୁଧବାର ସକାଳେ ରୂପାର ମୂଲ୍ୟ ଯାହା ପ୍ରତି ଆଉନ୍ସ $୧୦୬.୯୯ ଥିଲା, ଆଜି ପ୍ରତି ଆଉନ୍ସ $୧୧୮.୧୩ରେ ପହଞ୍ଚିଛି। MCXରେ ସୁନା ଏବଂ ରୂପାରେ ମଧ୍ୟ ତୀବ୍ର ବୃଦ୍ଧି ଦେଖାଯାଉଛି।
ବୁଧବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (MCX)ରେ ସୁନା ପ୍ରତି ୧୦ ଗ୍ରାମ ୧,୬୬,୩୫୫ ଟଙ୍କାରେ ବନ୍ଦ ହୋଇଛି। ଏହା ବ୍ୟତୀତ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୩,୮୬,୫୩୦ ଟଙ୍କାରେ ବନ୍ଦ ହୋଇଛି। ଗୁରୁବାର COMEX ରେ ବଜାର ଖୋଲିବା ପରେ MCX ମଧ୍ୟ ଅନ୍ତର୍ଜାତୀୟ ବଜାର ପରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।
ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୧,୭୮,୮୫୦ ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୧,୬୩,୯୫୦ ଟଙ୍କାରେ ପହଞ୍ଚିଛି। ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୧,୨୫,୩୨୦ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ ଗୁରୁବାର ଦେଶର ଭିନ୍ନ ଭିନ୍ନ ସହରରେ ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ପାଇଁ ରୁପା ଦର କିଲୋଗ୍ରାମ ପିଛା ୪ ଲକ୍ଷ ପାର୍ କରିଛି। ତେବେ ଆଗାମୀ ଦିନରେ ସୁନା ଏବଂ ରୂପାର ମୂଲ୍ୟ ବହୁ ଗୁଣ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।
Comments are closed.