ଭୁବନେଶ୍ବର: ଏବେ ଲଗାତାର ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟ୍ରେଡ୍ ବଜାରରେ ଅସ୍ତିରତା କାରଣରୁ ଧିରେ ଧିରେ ତଳକୁ ଖସିବାରେ ଲାଗିଛି ହଳଦିଆ ଧାତୁ । ରେକର୍ଡ ସଂଖ୍ୟକ ହ୍ରାସ ପାଇନଥିଲେ ମଧ୍ୟ ଦିନକୁ ଦିନ ଦରରେ ହ୍ରାସ ପରିଲକ୍ଷିତ ହେଉଛି ।
ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୨୦ ଟଙ୍କା ହ୍ରାସ ପାଇଛି । ଗୁରୁବାର ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା । ଆଉ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ଘଟି ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୭୩୦ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୨୨୦ ଟଙ୍କା ହ୍ରାସ ପାଇ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ହୋଇଛି।
ଯଦି ଏହି ପରି ଭାବେ ଅଳ୍ପ ବହୁତ ହ୍ରାସ ପରିଲକ୍ଷିତ ହୁଏ, ତେବେ ଗ୍ରାହକ ବେଶ୍ ଟିକିଏ ଆଶ୍ବସ୍ତି ପାଇବେ । ସେହପରି ଜାତୀୟ ରାଜଧାନୀ ଦିଲ୍ଲୀରେ, ଆଜି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୮,୭୫୫ ଟଙ୍କା ରହିଥିବାବେଳେ ଆଜି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୭,୧୬୪ ଟଙ୍କା ରହିଛି । ସେହିପରି ଭାରତରେ ଆଜିର ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୯,୫୫୧ ଟଙ୍କା ରହିଛି ।
Comments are closed.