Latest Odisha News

BREAKING NEWS

Gold Silver Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର; କମିଲା ସୁନା-ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା, ରୂପା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୦,୨୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୩୭,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ₹୧,୧୨,୭୧୦ ମୂଲ୍ୟ ରହିଛି ।

ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୪୨୦ଟଙ୍କା ରହିଥିଲା । ଆଜି ୭,୧୪୦ଟଙ୍କା କମ୍ ହୋଇ ୧,୫୦,୨୮୦ଟଙ୍କା ହୋଇଛି ।

ସେହିପରି ଗତକାଲି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୪୪,୩୦୦ଟଙ୍କା ରହିଥିବାବେଳେ ଆଜି ୬,୫୫୦ଟଙ୍କା କମ୍ ହୋଇ ୧,୩୭,୭୫୦ ଟଙ୍କା ହୋଇଛି ।

ସେହିପରି ରୂପା ମୂଲ୍ୟ ଗତକାଲି ୧୦ ଗ୍ରାମକୁ ୨,୭୫୦ଟଙ୍କା ରହିଥିଲା । ଆଜି ୧୦୦ଟଙ୍କା କମ୍ ହୋଇ ୨,୬୫୦ଟଙ୍କା ରହିଛି ।

ସୂଚନାଥାଉକି, ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ ।

Leave A Reply

Your email address will not be published.