ଭୁବନେଶ୍ବର: ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି ।
ଗତକାଲି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୦,୫୮୦ ଟଙ୍କା ଥିବା ବେଳେ ଆଜି ୩ ହଜାର ୩୮୦ଟଙ୍କା କମି ୧, ୨୭,୨୦୦ ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୧,୧୯.୭୦୦ଟଙ୍କା ଥିବା ବେଳେ ଆଜି ୩ହଜାର ୧୦୦ ଟଙ୍କା କମି ୧,୧୬,୬୦୦ଟଙ୍କାରେ ପହଞ୍ଚିଛି ।
ଅନ୍ୟପଟେ ରୂପା ଦର ମଧ୍ୟ ଖସିଛି । ଭୁବନେଶ୍ବରରେ ରୂପା କେଜି ମଙ୍ଗଳବାର ୮୦୦୦ ଟଙ୍କା କମି ୧,୮୨,୦୦୦ ଟଙ୍କା ହୋଇଥିଲା । ଆଜି ରୂପା ମୂଲ୍ୟ ଦୁଇ ହଜାର ଟଙ୍କା କମ୍ ହୋଇ ୧,୮୦,୦୦୦ଟଙ୍କା ରହିଛି ।
Comments are closed.