Latest Odisha News

Gold Price Today: ପୁଣି ଏତିକି ବଢିଲା ସୁନା ଦର

ଭୁବନେଶ୍ବର:ଦୁଇ ଦିନର ପରେ ଆଜି ପୁଣି ସୁନା ଓ ରୁପା ଦର ବଢିଛି । ଆଜି ଭାରତୀୟ ବଜାରରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୭ ଟଙ୍କା, ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୫ ଟଙ୍କା ଏବଂ ପ୍ରତି ଗ୍ରାମ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୩ ଟଙ୍କା ବୃଦ୍ଧି ପାଇଛି।

ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୨୩,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୨,୯୦୦ ଟଙ୍କା ଛୁଇଁଛି । ୧୮ କ୍ୟାରେଟ୍ ପାଇଁ ୯୨,୩୮୦ ରହିଛି ।

ସେହିପରି ରୂପା ଦର ଆଜି ୧୦ ଗ୍ରାମ ପିଛା ୨୦ ଟଙ୍କା ବୃଦ୍ଧି ହୋଇ ୧,୬୮୦ଟଙ୍କାରେ ପହଞ୍ଚିଛି ।

ସୂଚନାଥାଉକି, ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ‘BIS Care app’ରେ ଯାଞ୍ଚ କରିପାରିବେ ।

Comments are closed.