Latest Odisha News

ସୁନା ରୂପାରେ ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର…

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଛି ସୁନା ଦର । ଦିନ ବଢିବା ସାଙ୍ଗେ ସାଙ୍ଗେ ସୁନା ଦରରେ ବି ରେକର୍ଢ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି, ୨୦ ମାର୍ଚ୍ଚ, ୨୦୨୫ ଗୁରୁବାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯୦୬୨.୩ ଟଙ୍କା, ଯାହା ୪୪୦ ଯଙ୍କା ବୃଦ୍ଧି ହୋଇଛି । ସେହିପରି ଭାରତରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୮୩୦୮.୩ ଟଙ୍କା ରହିଛି, ଯାହା ପୂର୍ବ ଅପେକ୍ଷା ୪୦୦ ଟଙ୍କାଙ୍କୁ ବୃଦ୍ଧି ହୋଇଛି ।

ଗତ ସପ୍ତାହରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇ ୧.୦୭% ବୃଦ୍ଧି ରେକର୍ଡ କରାଯାଇଛି  । ଆଉ ଗତ ମାସ ଭିତରେ ଏହା ୨.୮୯% ବୃଦ୍ଧି ଘଟିଛି ।

ସେହିପରି ଭାରତରେ ରୂପାର ବର୍ତ୍ତମାନ ମୂଲ୍ୟ ପ୍ରତି କିଲୋଗ୍ରାମ ୧,୦୮, ୨୦୦.୦ ଟଙ୍କା ଛୁଇଁଥିବା ବେଳେ କିଲୋଗ୍ରାମ ପ୍ରତି ପୂର୍ବାପେକ୍ଷା ୧୦୦୦ ଟଙ୍କାଙ୍କୁ ବୃଦ୍‌ଧି ଘଟିଛି ।

ଆଜି ଭୁବନେଶ୍ବରରେ ମଧ୍ୟ ଅନେକ ସ୍ଥାନରେ ସୁନା ଦର ୯୦ ହଜାର ଉପରେ ରହିଛି । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୪୪୦ ଟଙ୍କା ବଢି ୯୦ ହଜାରରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ୮୨ ହଜାର ୫୦୦ ଟଙ୍କା ରହିଛି । ଯେଉଁଠି ବର୍ଷେ ବ୍ୟବଧାନରେ ସୁନା ଦର ହଜାରେ ଉପରକୁ ଧରେ, ସେଠି ଗତ ଦୁଇ ମାସ ଭିତରେ ୨୦ ହଜାର ବୃଦ୍ଧି ହେଲାଣି ସୁନା ଦର ।

ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ କାରଣ ଯୋଗୁଁ ସୁନା ଦର ଏବଂ ରୂପା ମୂଲ୍ୟର ନିରନ୍ତର ବୃଦ୍‌ଧି ପାଇବାରେ ଲାଗିଛି । ଏଥିସହିତ ବିଶ୍ୱବ୍ୟାପୀ ସୁନା ଏବଂ ରୂପାର ସାମଗ୍ରିକ ଚାହିଦା ମୂଲ୍ୟ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଭି ଟାରିଫ୍, ସାଙ୍ଗକୁ ଅନ୍ୟ ମୁଦ୍ରା ତୁଳନାରେ ମୁଦ୍ରାର ମୂଲ୍ୟରେ ପରିବର୍ତ୍ତନ, ବିଶେଷକରି ଆମେରିକୀୟ ଡଲାର, ନିବେଶ ଭାବରେ ସୁନା ଏବଂ ରୂପାର ଆକର୍ଷଣକୁ ପ୍ରଭାବିତ କରିଛି । ସେଥିପାଇଁ ସୁନା ଆମଦାନୀ ମହଙ୍ଗା ହେଉଛି । ଏଥିସହିତ ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବାରୁ ସବୁ ଦେଶ ସେମାନଙ୍କ ଗୋଲ୍ଡ ରିଜର୍ଭକୁ ବଢ଼ାଇବାକୁ ଚାହୁଁଛନ୍ତି। ନିବେଶକମାନେ ମଧ୍ୟ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ମଣୁଛନ୍ତି। ସୁନା ଏବଂ ରୂପା ବାଣିଜ୍ୟ ସହିତ ଜଡିତ ସରକାରୀ ନୀତି ଏବଂ ନିୟମ ମୂଲ୍ୟକୁ ପ୍ରଭାବିତ କରିଥିବା ବେଳେ ଆର୍ଥିକ ପରିସ୍ଥିତି, ଭୂରାଜନୈତିକ ଘଟଣା ଏବଂ ଅନ୍ୟାନ୍ୟ ବିଶ୍ୱବ୍ୟାପୀ କାରଣ ମୂଲ୍ୟବାନ ଧାତୁର ଚାହିଦା ଏବଂ ମୂଲ୍ୟକୁ ପ୍ରଭାବିତ କରିଛି । ଯେଉଁକାରଣରୁ ମହଙ୍ଗା ହୋଇଛି ଧାତୁ ଦର ।

Leave A Reply

Your email address will not be published.