Latest Odisha News

BREAKING NEWS

ନୂଆ ବର୍ଷରେ ଟିକିଏ କମିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର । ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ ପାଇଛି ।

ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୬୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୬୭୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭,୭୦୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି ।

ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୭୫୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୦,୦୪୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୫୫୧ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୬,୬୦୮ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ୧୦୦ ଟଙ୍କା କମି ୧,୦୯,୯୦୦ ଟଙ୍କାରେ ପହଞ୍ଚିଛି ।

Comments are closed.