Latest Odisha News

BREAKING NEWS

Gold Price Hike: ବଢିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଲକ୍ଷେ ଟପିଲା ସୁନା ଦର। ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପ୍ଟେମ୍ବର ୯ ତାରିଖରେ ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ଘଟିଛି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ୨୯୦ ଟଙ୍କା ରହିଛି। ଏହି ସମୟରେ, ରୁପାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଅର୍ଥାତ୍ ଆଜି ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧ ଲକ୍ଷ ଟଙ୍କା ଟପିଛି ।  ୨୨ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୧୧ ଶହ ଟଙ୍କା।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧ ଲକ୍ଷ ୧୦ ହଜାର ୨୯୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧ ଲକ୍ଷ ୧ ହଜାର ୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧ ଲକ୍ଷ ୧୦ ହଜାର ୪୪୦ ଟଙ୍କା ଓ ୨୨ କ୍ୟାରେଟ୍ ୧ ଲକ୍ଷ ୧ ହଜାର ୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧ ଲକ୍ଷ ୧୦ ହଜାର ୭୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧ ଲକ୍ଷ ୧ ହଜାର ୫୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧ ଲକ୍ଷ ୧୦ ହଜାର ୨୯୦ ଓ ୧ ଲକ୍ଷ ୧ ହଜାର ୧୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ହୋଇଛି।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ମୂଲ୍ୟରେ GST ଯୋଡା ଯାଇନାହିଁ ଏବଂ ଆପଣଙ୍କୁ ଅଳଙ୍କାର କିଣିବା ଉପରେ ମେକିଂ ଚାର୍ଜ ପୃଥକ ଭାବରେ ଦେବାକୁ ପଡିବ।

କେମିତି ଜାଣିବେ ସୁନାର ଶୁଦ୍ଧତା-
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

 

 

Comments are closed.