Latest Odisha News

BREAKING NEWS

ଗୋଲ୍ଡେନ ବାବା-ବିଜେଡି ଲିଙ୍କ ନେଇ ଛାତ୍ର କଂଗ୍ରେସର ପୋଲିସକୁ ଟମାଟୋ-ଅଣ୍ଡା ମାଡ

ଭୁବନେଶ୍ୱର : ଗୋଲ୍ଡେନ ବାବା(ଜ୍ୟୋତି ରଞ୍ଜନ ବେଉରା)ଙ୍କ ସହ ବିଜେଡିର କିଛି ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଲିଙ୍କ ନେଇ ଶୁକ୍ରବାର ଦିନ ଛାତ୍ର କଂଗ୍ରେସ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛି ।

ଛାତ୍ର କଂଗ୍ରେସର ନେତା ତଥା ଆବାହକ ଇତିଶ ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୨ଶହରୁ ଅଧିକ(ଏନଏସୟୁଆଇ) ଛାତ୍ର କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ଏକ ର‌୍ୟାଲିରେ ବାହାରି ନବୀନ ନିବାସ ଅଭିମୁଖେ ମୁହାଁଇଥିଲେ ।

ଅନ୍ୟପକ୍ଷରେ ଶିଶୁ ଭବନ ଛକ ଠାରେ ବିକ୍ଷୋଭରତ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟକାଇବାରୁ ସେମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଶ୍ରୀ ପ୍ରଧାନଙ୍କ ସମେତ କିଛି କର୍ମୀଙ୍କୁ ମଧ୍ୟ ଗିରଫ କରିଛି ।

“ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନେକ ବିଜେଡି ନେତା ଙ୍କ ସହ ଲିଙ୍କ୍ ରଖିବା ସହ ଲୋକଙ୍କ ଠାରୁ କୋଟିକୋଟି ଆଦାୟ କରିଛନ୍ତି । ଆମେ ସେମାନଙ୍କର ତୁରନ୍ତ ଗିରଫ ଦାବି କରୁଛୁ, ଅନ୍ୟଥା ଛାତ୍ର କଂଗେସ ପକ୍ଷରୁ ରାଜ୍ୟବାପୀ ଆନ୍ଦୋଳନ କରାଯିବ ଏବଂ ଏହା ଏକ ଟ୍ରେଲର ମାତ୍ର । ଆଗାମୀ ଦିନରେ ଆମେ ସେମାନଙ୍କ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦେଖାଇବୁ” ବୋଲି ଛାତ୍ରକଂଗ୍ରେସ ନେତା ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଓଡିଶା କ୍ରାଇମ୍ ବ୍ରାଞ୍ଚର ଅର୍ଥ ହେରଫେର ନିରୋଧ ଟିମ୍ (ଇଓଡବ୍ଲୁ) ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇ ଗୋଲ୍ଡେନ ବାବାଙ୍କ ନାମରେ ଥିବା ୧୨.୪ କୋଟିରୁ ୪.୦୫ କୋଟି ଟଙ୍କା ଅଭିଯୋଗ କ୍ରମେ ଗିରଫ କରାଯାଇଥିଲା ।

ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଗୋଲ୍ଟେନ ବାବା ନାମରେ ପାଖାପାଖି ୧୯ଟି ଅପରାଧିକ ମାମଲା ରହିଛି । କମିଶନରେଟ୍ ପୋଲିସ ଗତବର୍ଷ ଡିସେମ୍ବର ୩୧ ତାରିଖରେ କମିଶନରେଟ୍ ପୋଲିସ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ନିକଟରୁ କେନ୍ଦୁଝରର ଏହି ଅଭିଯୁକ୍ତଙ୍କୁ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଥିଲା ।

Leave A Reply

Your email address will not be published.