Latest Odisha News

BREAKING NEWS

ସିବିଆଇ ମୁଖ୍ୟ ପଦରୁ ହଟିବା ପରେ ଆଇପିଏସ ଚାକିରିରୁ ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ପୁଣିଥରେ ଆଲୋକ ବର୍ମାଙ୍କୁ ହଟାଇବା ପରେ ଶୁକ୍ରବାର ଦିନ ସେ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଏକ ସିଲେକ୍ସନ୍ ପ୍ୟାନେଲ୍ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ତାଙ୍କୁ ଅଗ୍ନିଶମ, ସିଭିଲ୍ ଡିଫେନ୍ସ ଓ ଗୃହରକ୍ଷୀ ବିଭାଗ ଡିଜି ଭାବେ ବଦଳି କରାଯାଇଥିଲା।

ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ସିବିଆଇ ପଦରୁ ଅଚାନକ ଛୁଟି ଦିଆଯିବା ଏବଂ ତାଙ୍କୁ କାର୍ଯ୍ୟରେ ପୁନଃ ଅବସ୍ଥାପିତ କରାଯାଇ ପୁଣିଥରେ ପଦରୁ ହଟାଇ ଅନ୍ୟ ବିଭାଗକୁ ବଦଳି କରାଯାଇଥିଲା । ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କଥା କହିଛନ୍ତି ।

ଆହୁରି ମଧ୍ୟ ବର୍ମାଙ୍କୁ ସିବିଆଇ ପଦବୀରୁ ହଟାଯିବା ପରେ ଗୁରୁବାର ବିଳମ୍ୱିତ ରାତ୍ରିରେ ଏ ନେଇ ମୁହଁ ଖୋଲି କହିଥିଲେ ଯେ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟକୁ ଆଧାର କରି ତାଙ୍କୁ ବହିଷ୍କାର କରାଯାଇଛି ଏବଂ ସିବିଆଇର ୫୦ ବର୍ଷର ଇତିହାସରେ ଏଭଳି କଦାପି ହୋଇନଥିଲା।

ସୂଚନାଯୋଗ୍ୟ ୧୯୭୯ ବ୍ୟାଚର ଆଇପିଏସ କ୍ୟାଡର ଆଲୋକ ବର୍ମା ସିବିଆଇର ୨୭ତମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏଥିସହିତ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ତାଙ୍କୁ ସିବିଆଇ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ତାଙ୍କ କାର୍ଯ୍ୟକାଳ ୨୦୧୯ ମସିହା ଜାନୁଆରୀ ୩୧ ତାରିଖରେ ସମାପ୍ତ ହେବାର ଥିଲା ।

Leave A Reply

Your email address will not be published.