Latest Odisha News

BREAKING NEWS

୯୯,୯୯୯ ଟଙ୍କାରେ ନିଲାମ ହେଲା ଗୋଲ୍ଡେନ ପର୍ଲର ଚା

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଂଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଦରରେ ହୋଇଛି । ଆସାମ ଟି ଟ୍ରେଡର୍ସ ଡିବ୍ରୁଗଡର ଏହି ସ୍ପେଶାଲକୁ ଚାକୁ ୯୯,୯୯୯ ଟଙ୍କାରେ ନିଲାମ ନେଇଛନ୍ତି । ମାତ୍ର ୨ ମାସ ମଧ୍ୟରେ କୌଣସି ଏକ କମ୍ପାନୀ ଚା ପତିକୁ ଏତେ ମାତ୍ରା ଟଙ୍କାରେ କ୍ରୟ କରିଛି । ଏହି ଚା ନାହୋରଚୁକବାରୀ କାରଖାନାରେ ପ୍ରସ୍ତୁତ କରାଯାଇଛି ।

ସୂଚନାଯୋଗ୍ୟ, ଉନ୍ନତ କିସମର ଚା ପାଇଁ ଜିଟିଏସି ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରାହକଙ୍କ ପାଇଁ ଚାର ମୂଲ୍ୟରେ ବିଶେଷ ପରିବର୍ତନ ହେବ ନାହିଁ । ଭଲ ଚା ପତି ନେଇ ବିଭିନ୍ନ କମ୍ପାନୀର ୧କେଜିର ଏଭଳି ମୂଲ୍ୟାଙ୍କନ କରାଯାଇଥାଏ ।

Comments are closed, but trackbacks and pingbacks are open.