Latest Odisha News

BREAKING NEWS

ବୋରିଗୁମ୍ମାରେ ନିର୍ବାଚନୀ ହିଂସା , ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାତ୍ମକ ଆକ୍ରମଣ ଅଭିଯୋଗ

କୋରାପୁଟ  : ବୋରିଗୁମ୍ମାରେ ନିର୍ବାଚନୀ ହିଂସାକାଣ୍ଡ ।ବୋରିଗୁମ୍ମା ବ୍ଲକ କସାଗୁଡା ଗାଁରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ହସ୍ପିଟାଲରେ ଭର୍ତି କରାଯାଇଛି ।ମତଦାନ ସମୟରେ ସେ କସାଗୁଡା ଯାଇଥିବା ବେଳେ ତାଙ୍କୁ ପଛପଟୁ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ ।ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ଖବର ପାଇ ବୋରିଗୁମ୍ମା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.