Latest Odisha News

BREAKING NEWS

ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ପୁସ୍ତକର ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ଅଯୋଧ୍ୟା: ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମୀନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲାଲାଙ୍କ ପାଇଁ ୪କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । ଏହି ସୁବର୍ଣ୍ଣ ରାମାୟଣକୁ ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି । ଏହି ସୁନାର ରାମାୟଣର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ, ଯେଉଁଥିରେ ରାମଚରିତ ମାନସର ସମସ୍ତ ଶ୍ଲୋକ ବର୍ଣ୍ଣନା କରାଯାଇଛି । ୧୦,୯୦୨ ଛନ୍ଦର ଏହି ମହାକାବ୍ୟର ପ୍ରତ୍ୟକ ପୃଷ୍ଠା ଉପରେ ୨୪ କ୍ୟାରେଟ୍ ସୁନା ଆବୃତ ହୋଇଛି । ଏହି ଅନନ୍ୟ ରାମାୟଣ ପ୍ରାୟ ୪୮୦ ରୁ ୫୦୦ ପୃଷ୍ଠାର ଅଟେ । ଏହାକୁ ତିଆରି କରିବାରେ ପ୍ରାୟ ୪ କିଲୋଗ୍ରାମ ସୁନା ସହିତ ତମ୍ବା ମଧ୍ୟ ବ୍ୟବହାର କରାଯାଇଛି । ଏହାର ଓଜନ ପ୍ରାୟ ଦେଢ କ୍ୱିଣ୍ଟାଲ ହେବ ।

BjdElectrycity

ବାସ୍ତବରେ ପୂର୍ବତନ ଆଇପିଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମୀ ନାରାୟଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ହିଁ ତାଙ୍କ ଜୀବନର ସମସ୍ତ ରୋଜଗାର ରାମଲାଲାଙ୍କୁ ଅର୍ପଣ କରିବାର ଘୋଷଣା କରିଥିଲେ । ଏହା ପରେ ସେ ୫କୋଟି ମୂଲ୍ୟର ଏହି ଏହି ଅନନ୍ୟ ରାମାୟଣକୁ ପ୍ରସ୍ତୁତ କରିଥିଲେ ଯାହାର ଓଜନ ୧୫୧ କିଲୋଗ୍ରାମ ହେବ । ଏହି ରାମାୟଣ ପ୍ରସ୍ତୁତିରେ ୪ କିଲୋଗ୍ରାମରୁ ଅଧିକ ସୁନା ଏବଂ ୧୪୦ କିଲୋଗ୍ରାମର ତମ୍ବା ବ୍ୟବହାର କରାଯାଇଛି । ଏବେ ରାମଲାଲାଙ୍କ ଗର୍ଭଗୃହରେ ଭକ୍ତମାନେ ଏହି ଅନନ୍ୟ ରାମାୟଣର ଦର୍ଶନ କରିପାରିବେ ।

ଏହି ପ୍ରସିଦ୍ଧ ରାମାୟଣ ଚେନ୍ନାଇର ପ୍ରସିଦ୍ଧ ବୁମମିଡି ବଙ୍ଗାରୁ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ । ରାମଲାଲା ଆସନଠାରୁ ପ୍ରାୟ ୧୫ ଫୁଟ ଦୂରରେ ମନ୍ଦିରର ଗର୍ଭଗୃହରେ ଏହି ଗ୍ରନ୍ଥ ସ୍ଥାପିତ ହୋଇଛି । ଏହି ରାମାୟଣରେ ଲିଖିତ ଶ୍ଲୋକଗୁଡ଼ିକ ୧୪/୧୨ ଇଞ୍ଚ ଆକାରରେ । ସୂଚନାଯୋଗ୍ୟ ଯେ, ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପରଠାରୁ ମନ୍ଦିରକୁ ଲଗାତାର ଭାବରେ କିଛି ନା କିଛି ଜିନିଷ ଦାନ କରାଯାଉଛି । ଗତକାଲି ନବରାତ୍ରୀର ପ୍ରଥମ ଦିନରେ ଏହି ରାମାୟଣ ଗ୍ରନ୍ଥକୁ ସ୍ଥାପନ କରାଯାଇଥିଲା । ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣନଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ, ପୂଜକ ପ୍ରେମଚନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.