Latest Odisha News

BREAKING NEWS

ସ୍ୱର୍ଣ୍ଣ ମନ୍ଦିରକୁ ବୋମା ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିରୋମଣି କମିଟି ସଚିବ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ପୁଣି ଥରେ ଶ୍ରୀ ହରି ମନ୍ଦିର ସାହିବକୁ RDX ରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ବେଳେ ସୋମବାର ମଧ୍ୟ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା।

ଏନେଇ ସିପି ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଉଛି। ଶିରୋମଣି କମିଟି ସଚିବ ପ୍ରତାପ ସିଂହ ଏହା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚିଠି ଲେଖିବା ସହ ଥାନାରେ ଅଭିଯୋଗ ମଧ୍ୟ ଦେଇଛନ୍ତି। ତେବେ ଯେଉଁମାନେ ଧମକ ଦେଉଛନ୍ତି ସେମାନେ କେବଳ ହରିମନ୍ଦିର ସାହିବ ବିଷୟରେ କହୁନାହାଁନ୍ତି ବରଂ ଅନେକ ଧାର୍ମିକ ସ୍ଥଳ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏପରି ଲୋକଙ୍କର କୌଣସି ଧର୍ମ ନାହିଁ। ସେମାନେ ଲୋକଙ୍କ ମଧ୍ୟରେ ଭୟର ଭାବନା ସୃଷ୍ଟି କରିବା ପାଇଁ ଏଭଳି କରନ୍ତି।

ହରିମନ୍ଦିର ସାହିବକୁ ଯାଉଥିବା ପ୍ରତ୍ୟେକ ରାସ୍ତାକୁ ସିଲ୍ କରାଯାଇଛି। ପ୍ରତ୍ୟେକ ଭକ୍ତଙ୍କ ଉପରେ ନଜର ରଖାଯିବା ସହ ଯାଞ୍ଚ କରାଯାଉଛି। କେବଳ ଏତିକି ନୁହେଁ ପଞ୍ଜାବ ପୋଲିସ ସହିତ ବିଏସଏଫକୁ ମଧ୍ୟ ମୁତୟନ କରାଯାଇଛି। ଏହା ବ୍ୟତୀତ ସମଗ୍ର ଅଞ୍ଚଳରେ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଛି।

 

Comments are closed.