Latest Odisha News

ଉତ୍ତରପ୍ରଦେଶ ଗୋମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଦୁର୍ନୀତି, ବିଭିନ୍ନ ସ୍ଥାନରେ ସିବିଆଇର ରେଡ୍

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶ ଗୋମତି ନଦୀକୂଳରେ ନିର୍ମିତ ରିଭର ଫ୍ରଣ୍ଟ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଆରମ୍ଭ ହୋଇଛି ଖୋଳତାଡ଼ । ଅଖିଳେଶ ଯାଦବଙ୍କ ଡ୍ରିମ ପ୍ରୋଜେକ୍ଟରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସମେତ ରାଜସ୍ଥାନ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ, ଗାଜିଆବାଦ, ନୋଏଡ଼ା ବୁଲନ୍ଦ ସହର ଓ ରାଏ ବରେଲିର ବିଭିନ୍ନ ଅଞ୍ଚଳରେ ସିବଆଇ ଟିମ୍ ଚଢ଼ାଉ ଜାରି ରଖିଛି ।

BjdElectrycity

ଗତ ଶୁକ୍ରବାର ଗୋମତି ରିଭର ଫ୍ରଣ୍ଟ ପ୍ରୋଜେକ୍ଟରେ ଦୁର୍ନୀତି ନେଇ ୧୯୦ ଜଣଙ୍କ ନାଁରେ ମାମଲା ହୋଇଥିଲା । ୟୁପିରେ ସମାଜବାଦୀ ସରକାର ଶାସନ କାଳରେ ଏହି ରିଭର ଫ୍ରଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୧୫ ଶହ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୪ଶହ ୩୭ କୋଟି ଟଙ୍କା ମଞ୍ଜୁର ହେବା ପରେ ବି ମାତ୍ର ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲା । ରିଭର ପ୍ରଣ୍ଟ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥା ୯୫ ପ୍ରତିଶତ ଟଙ୍କା ବଜେଟ ମଞ୍ଜୁର ହେବା ପରେ ବି କାମ ସମ୍ପୂର୍ଣ୍ଣ କରି ନଥିଲା ।

୨୦୧୭ରେ ଏହି ପ୍ରୋଜେକ୍ଟର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଏକ ନ୍ୟାୟିକ ଆୟୋଗ ମଧ୍ୟ ଗଠନ କରାଯାଇଥିଲା । ରିଭର ଫ୍ରଣ୍ଟ ନିର୍ମାଣ ଦାୟିତ୍ବରେ ଥିବା ଇଞ୍ଜିନିୟର ଅନେକ କଳା ତାଲିକାଭୁକ୍ତ କମ୍ପାନୀକୁ କାମ ଦେବା, ବିଦେଶରୁ ଅଧିକ ଦାମରେ ସାମଗ୍ରୀ କିଣିବା ଆଦି ସମ୍ପର୍କରେ ରିପୋର୍ଟରେ ଦର୍ଶାଇଥିଲେ ନ୍ୟାୟିକ ଆୟୋଗ । ଆଉ ନ୍ୟାୟିକ ଆୟୋଗର ରିପୋର୍ଟ ଆଧାରରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.