ଭୁବନେଶ୍ବର: ବିଦେଶକୁ ଆମ୍ବ ପଠେଇବ ଓଡ଼ିଶା। ଏନେଇ ସୋମବାର ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ବର୍ଷ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳର ଆମ୍ବ ମିଠା । ସେହି ଆମ୍ବର ଚାହିଦା ବିଦେଶରେ ରହିଥିବାରୁ ତାକୁ ରପ୍ତାନି କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କର କୁଇନ ପାତ୍ର ଓ ପ୍ରଧାନ ଏନଜିଓ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ସେହିଭଳି ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ସାମଗ୍ରୀ ରପ୍ତାନୀ ନେଇ ଦ୍ବିତୀୟ ଚୁକ୍ତି ହୋଇଛି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ ।
ସୂଚନାଥାଉକି, ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନି ହୋଇଛି । ଗତ ବର୍ଷ ରାୟଗଡ଼ାରୁ ବିଦେଶକୁ ଆମ୍ବ ପଠାଯାଇଥିଲା ।
Comments are closed.