Latest Odisha News

ପୁଣି ଦୁର୍ଘଟଣା; ଏଲ୍‌ପିଜି ଗ୍ୟାସ୍ ନେଇ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ

ଜବଲପୁର: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ଏକ୍ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ମଙ୍ଗଳବାର ରାତିରେ ମାଲବାହୀ ଟ୍ରେନ୍‌ର ଦୁଇଟି ଏଲ୍‌ପିଜି ରାକ୍‌ ବଗି ଲାଇନ୍‌ଚ୍ୟୁତ ହୋଇଛି। ଗ୍ୟାସ୍ ଟ୍ୟାଙ୍କର ଖାଲି କରିବାକୁ ଟ୍ରେନ୍‌ଟି ମଧ୍ୟ ପ୍ରଦେଶର ଜବଲପୁରର ଏକ ଫ୍ୟାକ୍ଟ୍ରିକୁ ଯାଉଥିଲା।

ଜବଲପୁର ଜିଲ୍ଲାର ଶାହପୁର ଭିଟୋନି ଷ୍ଟେସନ୍‌ ନିକଟ ଭାରତ ପେଟ୍ରୋଲିୟମ ଡିପୋଟ୍ ପାଖରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ ଲାଇନ୍‌ଚ୍ୟୁତ ଖବର ପାଇବା ପରେ ତୁରନ୍ତ ରେଳବାଇର କର୍ମଚାରୀମାନେ ରାତିରେ ହିଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ବଗି ଉଦ୍ଧାର କାର୍ଯ୍ୟା ଜାରି ରହିଛି।

ଏପଟେ ଓଡ଼ିଶାରେ ପୁଣି ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍। ମଙ୍ଗଳବାର ଅପରାହ୍ଣରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ରେଳ କ୍ରସିଙ୍ଗ୍‌ରେ ଏକ ଟ୍ରାକ୍ଟର୍‌ଟିଏ ଫସି ଯାଇଥିଲା। ଏହା ଦେଖି ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିବାରୁ ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଆଜି ଦକ୍ଷିଣପୂର୍ବ ରେଳବାଇ ସୂଚନା ଦେଇଛି।

Comments are closed.