Latest Odisha News

BREAKING NEWS

ଧାନ ସହ ମୁଗ, ବିରି ଓ ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି ।

ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ଦର ୧୪୩ ଟଙ୍କା ବୃଦ୍ଧି ପରେ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ପିଛା ଚାଷୀ ୨୨୦୩ ଟଙ୍କା ପାଇବେ । ସେହିଭଳି ଅନ୍ୟ ଧାନ ବିକ୍ରି କଲେ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ମିଳିବ ୨୧୮୩ ଟଙ୍କା ।

Modi Cabinet Hiked MSP Of Paddy, Tur Dal And Others

ସେହିଭଳି କେନ୍ଦ୍ର ସରକାର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୮ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଚାଷୀ ଗୋଟିଏ କ୍ୱିଣ୍ଟାଲ୍ ମାଣ୍ଡିଆ ବିକ୍ରି କଲେ ୩ ହଜାର ୮୪୬ ଟଙ୍କ ପାଇବେ । ହରଡ଼ର ଏମଏସପି ୪୦୦ ଟଙ୍କା ବଢ଼ିଥିବା ବେଳେ ମୁଗର ଏମଏସପି ୮୦୩ ଟଙ୍କା, ବାଦାମର ଏମଏସପି ୫୨୭ ଟଙ୍କା, ବିରିର ଏମଏସପି ୩୫୦ ଟଙ୍କା ବୃ୍ଦ୍ଧି କରିଛନ୍ତି ।

ଏମଏସପି ବୃଦ୍ଧି ପରେ ଚାଷୀ ହରଡ଼ କ୍ୱିଣ୍ଟାଲ୍ ପିଛା ୭ ହଜାର ଟଙ୍କା, ମୁଗ ୮ ହଜାର ୫୫୮ ଟଙ୍କା, ବିରି ୬ ହଜାର ୯୫୦ ଟଙ୍କା, ବାଦାମ ୬ ହଜାର ୩୭୭ ଟଙ୍କାରେ ବିକ୍ରି କରିବେ ।

Leave A Reply

Your email address will not be published.