Latest Odisha News

BREAKING NEWS

ଟ୍ରେନ ଟ୍ରାକ ଉପରେ ପଡ଼ିଲା ପଥର, ରେଳ ଚଳାଚଳ ପ୍ରଭାବିତ…

ଜୟପୁର: ଆନ୍ଧ୍ରର ଚିମିଡିପାଲି ଏବଂ ତାୟଡା ଷ୍ଟେସନ ମଧ୍ୟରେ ରେଳ ଧାରଣାକୁ ଖସିଛି ବିରାଟ ପଥର ଖଣ୍ଡ। ଫଳରେ ଶନିବାର ବିଳମ୍ବିତ ରାତିରେ ଆନ୍ଧ୍ର-ଓଡିଶା-ଛତିଶଗଡ଼କୁ ସଂଯୋଗ କରୁଥିବା କେକେ ରେଳ ଲାଇନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି।

ଏହି ଘଟଣା ପରେ ଉକ୍ତ ରୁଟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ରେଳ ବିଭାଗ ପକ୍ଷରୁ ରବିବାର ଚାଲିବାକୁ ଥିବା ଅନେକ ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯାଇଛି। କାରଣ ରେଳ କର୍ତ୍ତୃପକ୍ଷ ଏବେ ଟ୍ରାକ ସଫା କରିବା ଏବଂ ଆବଶ୍ୟକୀୟ ମରାମତି କାର୍ଯ୍ୟ କରୁଛନ୍ତି।

ସୂଚନା ଅନୁଯାୟୀ, ବିଶାଖାପାଟଣା-କିରାଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ (୫୮୫୦୧) ବାତିଲ କରାଯାଇଛି। କିରାଣ୍ଡୁଲ୍-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ (୫୮୫୦୨)କୁ କୋରାପୁଟରୁ କିରାଣ୍ଡୁଲ୍ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଯୋଜନା କରିବା ପୂର୍ବରୁ ସର୍ବଶେଷ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.