Latest Odisha News

BREAKING NEWS

ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ୱର: ଝାରସୁଗୁଡ଼ାର ବେଲପାହାଡ଼ ଲେଭଲ୍ କ୍ରସିଂ ନିକଟରେ ରବିବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଛି। ଯାହାଫଳରେ ରେଳ ସେବା ଆଂଶିକ ଭାବରେ ବାଧାପ୍ରାପ୍ତ ହୋଇଛି।

ତେବେ ସନ୍ଧ୍ୟା ପ୍ରାୟ ୫ଟା ୩୦ମି. ସମୟରେ ହାଓଡ଼ା-ନାଗପୁର ରେଳପଥରେ ଏହି ଘଟଣା ଘଟିଥିଲା। ୱାଗନ୍‌ଗୁଡ଼ିକ ଓ ଏହାର ପଛ କ୍ୟାବିନ୍‌ଗୁଡ଼ିକ ଟ୍ରାକ୍‌ରୁ ଖସି ପଡ଼ିଥିଲା। ଯାହା ଫଳରେ ଲେଭଲ୍ କ୍ରସିଂ ଦେଇ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କୌଣସି ଆହତ କିମ୍ବା ମୃତାହତ ନେଇ ରିପୋର୍ଟ ମିଳିନାହିଁ।

ଏନେଇ ସୂଚନା ପାଇ ରେଳ ଅଧିକାରୀ ଏବଂ ବୈଷୟିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରୁଟରେ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ ଲାଇନଚ୍ୟୁତ ୱାଗନ୍‌ଗୁଡ଼ିକୁ ସେଠାରୁ ହଟାଯାଇଥିଲା।

 

Comments are closed.