Latest Odisha News

BREAKING NEWS

ଗୁଗୁଲ ଭାରତକୁ ଆଣିବ ଏଆଇ ଡାକ୍ତର, ଯାହା ଏକ୍ସ-ରେ ଦେଖି ରୋଗ ଚିହ୍ନଟ କରିବ

ନୂଆଦିଲ୍ଲୀ: ପ୍ରମୁଖ ରୋଗ ଚିହ୍ନଟ କରିବା ପାଇଁ ଗୁଗୁଲ୍ ଇଣ୍ଡିଆ ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଘୋଷଣା କରିଛି । ଏଥିପାଇଁ ଗୁଗୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ଆପୋଲୋ ରେଡିଓଲୋଜି ଇଣ୍ଟରନ୍ୟାସନାଲ୍ ସହିତ ସହଭାଗୀ ହୋଇଛି ।

ଗୁଗୁଲ କହିଛି ଯେ, ଏଭଳି ‘ଏଆଇ ଡାକ୍ତର’ ପ୍ରସ୍ତୁତ କରାଯାଇଛି, ଯାହା ଏଆଇ ସକ୍ଷମ ଛାତି ଏକ୍ସ-ରେ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ମାରାତ୍ମକ ରୋଗ ଚିହ୍ନଟ କରିବ । ଏହି କାରଣରୁ ରୋଗୀମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିକିତ୍ସା କରାଯାଇପାରିବ ଏବଂ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ।

ଗୁଗୁଲ ଏହାର ବ୍ଲଗ୍ ମାଧ୍ୟମରେ କହିଛି ଯେ, ‘ଏହି ଏଆଇ ଟେକ୍ନୋଲୋଜି ମାଧ୍ୟମରେ ସ୍ତନ କର୍କଟ ଏବଂ ଫୁସଫୁସ କର୍କଟ ଭଳି ଗୁରୁତର ରୋଗ ପ୍ରାଥମିକ ଅବସ୍ଥାରେ ସହଜରେ ଚିହ୍ନଟ ହୋଇପାରିବ । ଆପୋଲୋ ରେଡିଓଲୋଜି ଇଣ୍ଟରନ୍ୟାସନାଲ ସହିତ ଆମର ଏଇ ମଡେଲକୁ ଭାରତକୁ ଅଣାଯିବ । ଏହା ଆଗାମୀ ଦଶ ବର୍ଷ ପାଇଁ ମାଗଣା ସ୍କ୍ରିନିଂ ଯୋଗାଇବ । ଏହାର ଲାଭ ଭାରତର ସେହି ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ଯେଉଁଠାରେ ରେଡିଓଲୋଜିଷ୍ଟମାନଙ୍କର ବହୁତ ଅଭାବ ରହିଛି’।

ଗୁଗୁଲ୍ କହିଛି ଯେ, ‘ଟିବି ବା ଯକ୍ଷ୍ମା ରୋଗ ଚିହ୍ନଟ କରିବାର ସାଧାରଣ ପଦ୍ଧତି ହେଉଛି ଛାତି ଏକ୍ସ-ରେ । ଭାରତର ଅନେକ କ୍ଷେତ୍ରରେ, କୌଣସି ତାଲିମପ୍ରାପ୍ତ ରେଡିଓଲୋଜିଷ୍ଟ ନାହାଁନ୍ତି, ଯେଉଁମାନେ ଛାତି ଏକ୍ସ-ରେ ଦେଖି ପ୍ରାରମ୍ଭିକ ଅବସ୍ଥାରେ ସହଜରେ ଯକ୍ଷ୍ମା ଚିହ୍ନଟ କରିପାରିବେ । ଭାରତର ଗ୍ରାମାଞ୍ଚଳରେ ଏହି ସମସ୍ୟା ସର୍ବାଧିକ । ଗୁଗୁଲ୍ ହେଲଥ କେୟାର ଏହାର ସିଷ୍ଟମକୁ ଏଆଇ ଟେକ୍ନୋଲୋଜି ସହିତ ସଂସ୍ଥାପନ କରିବ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଟିବି ଚିହ୍ନଟ କରିପାରିବ’ ।

Leave A Reply

Your email address will not be published.