Latest Odisha News

BREAKING NEWS

ଆପଲ, ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଏହି ଆପ୍ସ !

ସାନ ଫ୍ରାନ୍ସିସ୍କୋ: ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଜଣାଶୁଣା ମେସ୍ସେଜିଙ୍ଗ ଆପ୍ସ “ଟୁ ଟକ” କୁ ପୁଣିଥରେ ପ୍ଲେ ଷ୍ଟୋରରୁ ହଟାଇଦେଇଛନ୍ତି |

ଏହା କୁହାଯାଉଥିଲା ଯେ ଏହାର ବ୍ୟବହାର ୟୁଏଇ ସରକାର ଦ୍ୱାରା ନଜର ରେ ରଖାଯାଉଥିଲା | ଏହି ଆପ୍ସ କୁ ପୂର୍ବରୁ ଡିସେମ୍ବର ରେ ଆପଲ ପ୍ଲେ ଷ୍ଟୋର ଓ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା |

୯ଟୁ୫ ଗୁଗୁଲ ରିପୋର୍ଟ ରେ ଶୁକ୍ରବାର ଦିନ କୁହାଯାଇଛି ଯେ ଯେଉଁ ଲୋକମାନେ ଏହି ଆପ୍ସ କୁ ନିଜ ମୋବାଇଲ ରେ ଇଂଷ୍ଟଲ କରିରଖିଛନ୍ତି ସେମାନଙ୍କ ଡାଟା ସୁରକ୍ଷିତ ନୁହେଁ | କାରଣ ୟୁଏଇ ଦ୍ୱାରା ଏହି ଆପ୍ସ ଟୁଟକ ବ୍ୟବହାର ର ସବୁପ୍ରକାର ଗତିବିଧି ଉପରେ ନଜର ରଖୁଛି |

ଏଥିରେ ଲୋକଙ୍କ ନିଜ ନିଜ ଭିତରେ କଥାବାର୍ତ୍ତା ସହ ସବୁ ଗତିବିଧି ଯେମିତି କି ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ, କୁଆଡେ ଯାଉଛନ୍ତି, କଣ କରୁଛନ୍ତି ଇତ୍ୟାଦି | ଏହା ଛଡ଼ା ଲୋକଙ୍କ ଦ୍ୱାରା ଛଡ଼ାଯାଉଥିବା ଫୋଟୋ ଓ ଭିଡ଼ିଓ ଉପରେ ମଧ୍ୟ ନଜର ରଖୁଥିବାର କୁହାଯାଉଛି |

ଗୁପ୍ତ ସୂଚନା ଏଜେନ୍ସିରେ ପରିଚିତ ଆମେରିକା ଅଧିକାରୀଙ୍କ ମୁତାବିକ, ଏହି ଆପ୍ସ ଯାହା ଟେଲିଗ୍ରାମ ଓ ସିଗନାଲ ( ଆପ୍ସ) ପରି କାମ କରୁଛି | ଏଥିରେ ମଧ୍ୟପୂର୍ଵ, ୟୁରୋପ, ଏସିଆ , ଆଫ୍ରିକା ଓ ଉତ୍ତର ଆମେରିକାରେ ଆଣ୍ଡରୟଡ଼ ଓ ଆଇଓଏସ ଡିଭାଇସରେ ଏହି ଆପ୍ସ ଲକ୍ଷ ଲକ୍ଷ ସଂଖ୍ୟାରେ ଡାଉନଲୋଡ ହୋଇଛି |

ଏହି ଆପ୍ସ ରାକିଙ୍ଗ ଓ ରିସର୍ଚ୍ଚ ଫର୍ମ ଆପ୍ସ ଏନି ଅନୁସାରେ , ଟୁଟକ ପୂର୍ଵ ସପ୍ତାହ ଆମେରିକା ରେ ସବୁଠୁ ଅଧିକ ଡାଉନଲୋଡ ହୋଇଥିବା ସୋସିଆଲ ଆପ୍ସ |

ନ୍ୟୁୟର୍କ ଟାଇମସ ଦ୍ୱାରା କରାଯାଇଥିବା ଯାଞ୍ଚ ରେ ପାଇଛନ୍ତି ବିଜେ ଟୁଟକ ନାମକ ଆପ୍ସକୁ ବ୍ରିଜ ହୋଲଡିଂ ନାମକ ଏକ କମ୍ପାନୀ ତିଆରି କରିଥିଲା, ଯାହା ଆବୁ ଧାବି ସ୍ଥିତ ସାଇବର ଇଣ୍ଟେଲିଜେନ୍ସି ଓ କ୍ୟାକିଙ୍ଗ କମ୍ପାନୀ ଡାର୍କ ମ୍ୟାଟର ପ୍ରଥମରୁ ସମ୍ଭାବିତ ସାଇବର କ୍ରାଇମ ଯାଞ୍ଚ ଏଫବିଆଇ ନଜରକୁ ଆସିଛି|

Leave A Reply

Your email address will not be published.