Latest Odisha News

BREAKING NEWS

ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୯ସ୍ଥିତ ପୋଷ୍ଟାଲ୍ କଲୋନୀ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।

ଏନେଇ ସୋମବାର ଦିନ ଟ୍ୱିଟ୍ କରି ଜଣାଇଛନ୍ତି କମିଶନରେଟ୍ ପୋଲିସ ।

ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ୩ଟି ଗାଡିକୁ ଜବତ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ପି ଆକାଶ ଡୋରାଙ୍କୁ ଏକ ଧାରୁଆ ଅସ୍ତ୍ରରେ କିଛି ଦୁବୃର୍ତ୍ତ ଶନିବାର ଦିନ ଆକ୍ରମଣ କରିଥିଲେ । ଯେତେବେଳେ ସମ୍ପୃକ୍ତ ଛାତ୍ରଜଣକ ୟୁନିଟ୍‌-୯ ଅଞ୍ଚଳରେ ଥିବା ଶ୍ରୀକଳା ଗ୍ରାଉଣ୍ଡରେ ନିଜ ସାଙ୍ଗମାନଙ୍କ ସହ ଥିଲେ ।

ପରେ ତାଙ୍କ ସାଙ୍ଗମାନେ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସହୀଦ ନଗର ସ୍ଥିତ ସ୍ପର୍ଶ ମେଡିକାଲକୁ ନେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ କିମ୍ସଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

Leave A Reply

Your email address will not be published.