Latest Odisha News

BREAKING NEWS

ମହିଳା ଦିବସ ଅବସରରେ ଭିନ୍ନ ଶୈଳୀରେ ଶୁଭେଚ୍ଚା ଜଣେଇଲା ଗୁଗୁଲ

ନୂଆଦିଲ୍ଲୀ: ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସକୁ ଗୁଗୁଲ୍ ଏକ ରଚନାତ୍ମକ ଡୁଡଲ୍ ସହିତ ପାଳନ କରିଛି । ଚଳିତ ବର୍ଷ, ଚିତ୍ରଶିଳ୍ପୀ ସୋଫି ଡିଆଓଙ୍କ ଦ୍ଵାରା ନିର୍ମିତ ଏହି ଡୁଡଲ୍, ବିଭିନ୍ନ ପିଢିର ମହିଳାମାନଙ୍କ କାହାଣୀ ଏବଂ ଅନୁଭୂତି ବଖାଣୁଥିବା ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଉପସ୍ଥାପନ କରୁଛି । ଯାହା ଏକ ସୁନ୍ଦର ଏମ୍ବ୍ରୋଡେଡ୍ କମ୍ବଳରେ ଚିତ୍ରିତ କରାଯାଇଛି । କମ୍ବଳ ଉପରେ ଥିବା ପ୍ରତ୍ୟେକ ସିଲେଇ ଏବଂ ଢାଞ୍ଚା ଲିଙ୍ଗଗତ ସମାନତା ଏବଂ ମହିଳା ଅଧିକାର ଦିଗରେ ବର୍ଷ ବର୍ଷ ଧରି କରାଯାଇଥିବା ପ୍ରଗତିକୁ ପ୍ରତିପାଦିତ କରେ ।

ଚଳିତ ବର୍ଷ ସୋଫିଙ୍କ ଦ୍ଵାରା କରାଯାଇଥିବା ଡୁଡଲ୍ ପଛରେ ଦିଆଯାଇଥିବା ପ୍ରେରଣା ହେଉଛି, ପୁରାତନ ପିଢି ରୁ ଯୁବ ପିଢି ଚଳି ଆସୁଥିବା ଅମୂଲ୍ୟ ଶିକ୍ଷାକୁ ଆଲୋକିତ କରିବା | ଦେଖାଯାଇଥିବା ଚିତ୍ରରେ ଦୁଇଟି ଛୋଟ ପିଲା ନିଜ ଜେଜେମା’ଙ୍କ ଠାରୁ ଧ୍ୟାନର ସହ କଥା ଶୁଣୁଥିବା ଦେଖିବାକୁ ମିଳିଛି । ଏହି ଚିତ୍ରର ଉଦ୍ଦେଶ୍ୟ ଲୋକଙ୍କ ଭିତରେ ପିଢିଗତ ବ୍ୟବଧାନକୁ ଦୂର କରିବା ଏବଂ ପରସ୍ପରର ଜୀବନ ଯାତ୍ରାରୁ କିଛି ଶିଖିବାକୁ ପ୍ରୋତ୍ସାହିତ କରିବା ।

୧୯୭୫ ମସିହାରେ ମିଳିତ ଜାତିସଂଘ ଦ୍ଵାରା ଆନୁଷ୍ଠାନିକ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ମହିଳା ଦିବସ, ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତା ବିଷୟରେ ଅବଗତ କରିବାକୁ ପାଳନ କରାଯାଏ । ଗୁଗୁଲ୍ ଡୁଡଲ୍ ର ବର୍ଣ୍ଣନାରେ ଲେଖାଅଛି, “ଆନ୍ତର୍ଜାତୀୟ ମହିଳା ଦିବସ ଆଜି ଲିଙ୍ଗ ଏବଂ ଜାତିଗତ ବେତନ ବ୍ୟବଧାନ, ପ୍ରଜନନ ଅଧିକାର ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସା ରୋକିବା ଉପରେ ଧ୍ୟାନ ଦେଇଥାଏ। ଆଜି ଲୋକମାନେ ସେହି ମହିଳା ମାନଙ୍କ ପାଇଁ ଉତ୍ସବ ପାଳନ କରୁଛନ୍ତି ଯେଉଁମାନେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଅନେକ କଷ୍ଟ କରିଛନ୍ତି । ସବୁ ସ୍ଥାନରେ ଲୋକଙ୍କ ପାଇଁ ଏକ ସକାରାତ୍ମକ ଉଦାହରଣ | ”

 

Comments are closed.