Latest Odisha News

BREAKING NEWS

ଜୟା କିଶୋରୀ ଓ ମୈଥିଲି ଠାକୁରଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ନ୍ୟାସନାଲ କ୍ରିଏଟର୍ସ ଆଓ୍ବାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଦେଇଥିବା ବହୁ ଯୁବ ସେଲିବ୍ରିଟିଙ୍କୁ ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦ଟି ବର୍ଗରେ ୨୩ ଜଣଙ୍କୁ ପୁରସ୍କୃତ କରିଛନ୍ତି ମୋଦି ।

ଏହି ପୁରସ୍କାର କାହାଣୀ ଶୁଣାଇବା, ସାମାଜିକ ପରିବର୍ତ୍ତନ, ପରିବେଶରେ ସ୍ଥିରତା, ଶିକ୍ଷା, ଖେଳ, ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ଏବଂ ପ୍ରତିଭା ମାନଙ୍କୁ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର ସାମାଜିକ ପରିବର୍ତ୍ତନ ପାଇଁ ଶ୍ରେଷ୍ଠ ଲେଖକ ପୁରସ୍କାର ଜୟା କିଶୋରୀଙ୍କୁ ପ୍ରଦାନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମେଥିଲି ଠାକୁରଙ୍କୁ ସାଂସ୍କୃତିକ ରାଷ୍ଟ୍ରଦୂତ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ପିଏମ ମୋଦି ଡ୍ରୁ ହିକ୍ସଙ୍କୁ ଶ୍ରେଷ୍ଠ ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର ପ୍ରଦାନ କରିଥିଲେ । ବୈଷୟିକ ବର୍ଗରେ ପିଏମ ମୋଦି ଶ୍ରେଷ୍ଠ ନ୍ୟାସନାଲ କ୍ରିଏଟର୍ସ ପୁରସ୍କାର ଗୌରବ ଚୌଧୁରୀଙ୍କୁ ପ୍ରଦାନ କରିଥିଲେ ।

କାମିଆ ଜାନିଙ୍କୁ ପ୍ରିୟ ଟ୍ରାଭେଲ କ୍ରିଏଟର ପୁରସ୍କାର ପ୍ରଦାନ କରାଯାଇଥିଲା । ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଙ୍କୁ ଡିସରପ୍ଟର ଅଫ୍ ଦ ଇୟର ର ପୁରସ୍କାର ପ୍ରଦାନ କରିଛନ୍ତି । ଶ୍ରେଷ୍ଠ କାହାଣୀ ଲେଖକ ପୁରସ୍କାରରେ କିର୍ତ୍ତିକା ଗୋବିନ୍ଦାସାମୀଙ୍କୁ ପୁରସ୍କୃତ କରାଯାଇଛି । ମଲହାର କଲାମ୍ବେଙ୍କୁ ସ୍ବଚ୍ଛତା ରାଷ୍ଟ୍ରଦୂତ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାହ୍ନବୀ ସିଂଙ୍କୁ ହେରିଟେଜ୍ ଫ୍ୟାଶନ୍ ଆଇକନ୍ ପୁରସ୍କାର ପ୍ରଦାନ କରିଥିଲେ । ଏହା ସହିତ ଶ୍ରଦ୍ଧାଙ୍କୁ ମୋଷ୍ଟ କ୍ରିଏଟିଭ୍ ପ୍ରଡ୍ୟୁସର-ମହିଳା ପୁରସ୍କାର ପ୍ରଦାନ କରାଯାଇଛି ।

ଖେଳ ବର୍ଗରେ ନିଶ୍ଚୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରେଷ୍ଠ କ୍ରିଏଟର୍ସ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହିତ ଅଙ୍କିତ ବାଇୟାନପୁରିଆ ଶ୍ରେଷ୍ଠ ସ୍ବାସ୍ଥ୍ୟ ଏବଂ ଫିଟନେସ କ୍ରିଏଟର୍ସ ପୁରସ୍କାର ଗ୍ରହଣ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ଯେତେବେଳେ ସମୟ ବଦଳିଯାଏ, ଯେତେବେଳେ ଏକ ନୂତନ ଯୁଗ ଆରମ୍ଭ ହୁଏ, ସେତେବେଳେ ଏହା ସହିତ ଗତି କରିବା ଦେଶର ଦାୟିତ୍ୱ ଅଟେ’।

Leave A Reply

Your email address will not be published.