Latest Odisha News

BREAKING NEWS

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ ।

ଅଭିନେତ୍ରୀ ଜଣକ ହେଉଛନ୍ତି ମଲାୟାଲମ୍ ଚଳଚ୍ଚିତ୍ର ଜଗତର ପି.କେ. ରୋଜି । ତାଙ୍କ ଜନ୍ମ ୧୯୦୩ ଆଜିର ଦିନରେ ତିରୁବନନ୍ତପୁରମରେ ହୋଇଥିଲା । ଖୁବ୍ କମ୍ ବୟସରୁ ଅଭିନୟ ପ୍ରତି ରୋଜିଙ୍କର ଆଗ୍ରହ ଆସିଥିଲା । ହେଲେ ସେ ସମୟରେ ସମାଜରେ ମହିଳାମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଅନେକ କଠୋର ନିୟମ ଥିଲା । ସେହି ସମୟରେ ରୋଜି ପ୍ରଥମ ଚଳଚ୍ଚିତ୍ର ‘ଦ ଲଷ୍ଟ ଚାଇଲ୍ଡ’ ରେ କାମ କରିବା ସହ ସବୁ ପ୍ରତିବନ୍ଧକକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ସେତେବେଳେ ତାଙ୍କ ସଫଳତାକୁ କେହି ପ୍ରଶଂସା କରିନଥିଲେ କିନ୍ତୁ ଆଜି ବି ସେ ଅନେକଙ୍କ ପାଇଁ ପ୍ରେରଣାର ସ୍ରୋତ।

୧୯୨୮ ମସିହାରେ ରୋଜି ୨୫ ବର୍ଷ ବୟସରେ ସାଇଲେଣ୍ଟ ମଲାୟାଲମ୍ ଫିଲ୍ମ ବିଗାଥାକୁମାରନ୍ (ଦ ଲାଷ୍ଟ ଚାଇଲ୍ଡ)ରେ ଅଭିନୟ କରିଥିଲେ । ସେ ଥିଲେ ଦେଶର ପ୍ରଥମ ଫିଲ୍ମ ଅଭିନେତ୍ରୀ ଓ ପ୍ରଥମ ଦଳିତ ଅଭିନେତ୍ରୀ । ଏହି ଫିଲ୍ମରେ ତାଙ୍କୁ ଜଣେ ନାୟର ଫିଲ୍ମ ସରୋଜିନୀ ଭୂମିକାରେ ଦେଖିବାକୁ ମିଳିଥିଲା । ହେଲେ ଏହାକୁ ଦେଖି ସମ୍ଭ୍ରାନ୍ତ ବଂଶର ଲୋକେ ରାଗି ଯାଇଥିଲେ । ପରେ ଲୋକେ ରାଗରେ ତାଙ୍କ ଘର ଜାଳି ଦେଇଥିଲେ ।

ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ରୋଜି ତାମିଲନାଡୁକୁ ଯାଉଥିବା ଏକ ଲୋରୀ ବସି ପଳାଇଥିଲେ । ତାମିଲନାଡୁରେ ପହଞ୍ଚିବା ପରେ ସେହି ଲରି ଚାଳକ କେଶବନ୍ ପିଲ୍ଲାଇଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ରାଜମ୍ମଲ ପରିଚୟରେ ବଞ୍ଚିଲେ । ଫିଲ୍ମ ଯୋଗୁଁ ଏଭଳି ସଂଘର୍ଷର ସାମନା କରିଥିବା ରୋଜିଙ୍କୁ ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସମ୍ମାନ ମିଳୁଛି ।ଏପରିକି ସାଉଥରେ ତାଙ୍କ ନାଁରେ ଏକ ଫିଲ୍ମ ସୋସାଇଟି ମଧ୍ୟ ରହିଛି ।

Leave A Reply

Your email address will not be published.