Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା ମୁଖ୍ୟ ଅତିଥି ଭାବରେ ୱାଲାର୍ ସ୍କିଲ ସେଣ୍ଟର୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେର୍ଶକ ଶ୍ୟାମଭକ୍ତ ମିଶ୍ର ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ନବମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ । ମହାରାଷ୍ଟ୍ରର ଆମ୍ରପଲ୍ଲି ଗ୍ରୁପ ଲାବଣୀ ଓ ଗୋନଧଡ୍‌ ନୃତ୍ୟ ପରିବଷଣ କରିଥିବାବେଳେ ପଞ୍ଜାବର ରୁପେନ୍ଦର୍‌ ଡ୍ୟାନସ୍‌ ଗ୍ରୁପ ଓ ବିରାସତ୍‌ କଲଚର ସୋସାଇଟି, ଧନଉଲା ଭାଙ୍ଗରା ଡାନ୍ସରେ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଝାଡ଼ଖଣ୍ଡର ପୁରୁଲିଆ ଛଉ ଡାନ୍ସ ଏକାଡେମୀ ଅନନ୍ୟ ଓ ଚିତ୍ତାକର୍ଷକ ପୁରୁଲିଆ ଛଉ ନୃତ୍ୟରେ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମେଳା ପ୍ରତ୍ୟହ ଦିନ ୨.୩୦ ଘରୁ ରାତ୍ର ୯.୩୦ ଟା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

Leave A Reply

Your email address will not be published.