Latest Odisha News

BREAKING NEWS

ଭୁବନେଶ୍ୱରରେ ମହାମହିମ: କ’ଣ ରହିଛି ରାଷ୍ଟ୍ରପତିଙ୍କ ୨ ଦିନିଆ କାର୍ଯ୍ୟକ୍ରମ, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି   ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବିମାନ ବନ୍ଦରରେ ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ   ତାଙ୍କୁ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । । ପରେ ରମାଦବେୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଗସ୍ତର ୨ୟ ଦିନରେ ଅର୍ଥାତ ୧୧ ତାରିଖ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ କଟକ ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିବେ ।

ଉତ୍କଳ ମଣ୍ଡପରେରେ  ଅପରାହ୍ନ ୧ଟା ୧୫ ଯାଏ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ୧ଟା ୧୫ ମିନିଟରେ  ରାଜଭବନ ଯିବେ । ସେଠାରେ ଅପରାହ୍ନ ୩ଟା ୫୦ଯାଏ ରହିବେ । ଅପରାହ୍ନ  ୩ଟା ୫୦ରୁ ୩ଟା ୫୫ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ । ସେଠାରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ସେଠାରେ ୫ଟା ୧୫ ଯାଏ ରହିବେ । ଅପରାହ୍ନ ୫ଟା ୧୫ରୁ ୨୦ ଭିତରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

ସେହିପରି ଆସନ୍ତାକାଲି ସକାଳ ୯ଟାରେ ରାଜଭବନରୁ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବେ । ୯ଟା ୪୫ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିରରେ ରହିବେ ।    ୯ଟା ୪୫ରୁ ୫୦ ଭିତରେ ଲିଙ୍ଗରାଜ ମନ୍ଦିରରୁ ଏୟାରପୋର୍ଟ ଯିବେ । ସେଠାରୁ କଟକ ଅଭିମୁଖେ ଯିବେ ରାଷ୍ଟ୍ରପତି ।

Leave A Reply

Your email address will not be published.