Latest Odisha News

BREAKING NEWS

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବୁଧବାର ରାତିରେ ଡ୍ୟୁଟିରେ ଥିବା ବିଲଡିଂର ଚୌକିଦାର ସମୀର ଶର୍ମାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ଓ ପରେ ଖବର ପୋଲିସ ପାଖକୁ ଯାଇଥିଲା।

ସମୀର କ୍ୟୁ କି ସାସ ଭି କଭି ବହୁ ଥି, କାହାନୀ ଘର ଘର କି, ୟେ ରିସ୍ତେ ହେଁ ପ୍ୟାର କି ପରି ଅନେକ ସିରିୟଲରେ କାମ କରିଛନ୍ତୁ । ତେବେ ତାଙ୍କ ମୃତ୍ୟୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.