Latest Odisha News

୨୦୨୧ ଜୁନ୍ ଯାଏଁ ‘ୱାର୍କ ଫ୍ରମ୍ ହୋମ୍‌’ କରିବେ ଗୁଗୁଲ୍ କର୍ମଚାରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଗୁଗୁଲ୍ ତା’ର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତୀ ଦେଇଛନ୍ତି । ଆସନ୍ତା ବର୍ଷ ଜୁନ୍ ଯାଏଁ ତା’ର କର୍ମଚାରୀ ମାନେ ଘରେ ରହି କାମ କରି ପାରିବେ ।

ଏ ସମ୍ପର୍କରେ ଗୁଗୁଲର ପାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ଆଇଏନସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ କର୍ମଚାରୀଙ୍କୁ ଇମେଲ୍ ମଧ୍ୟ କରିଛନ୍ତି ।

ସୂଚନାନୁଯାୟୀ, ଆମେ ବିଶ୍ୱ ସ୍ତରରେ କର୍ମଚାରୀଙ୍କ ‘ୱାର୍କ ଫ୍ରମ୍ ହୋମ୍‌’ର ସୁବିଧାକୁ ୨୦୨୧ ମସିହା ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି ବୋଲି ଉକ୍ତ ଇମେଲରେ ଉଲ୍ଲେଖ ରହିଛି । ଏହି ସୁବିଧା ଗୁଗୁଲର ପ୍ରାୟ ୨ ଲକ୍ଷରୁ ଅଧିକ କର୍ମଚାରୀ ଉପଲବ୍ଧ କରି ପାରିବେ ।

ତେବେ ଗୁଗୁଲର ଏଭଳି ନଷ୍ପତ୍ତି ପରେ ଅନ୍ୟ ଟେକ୍ନୋଲୋଜି କମ୍ପାନୀ ମାନେ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ୍ ହୋମ୍‌’ ସୁବିଧା ଯୋଗାଇ ପାରନ୍ତି ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.