ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ।
ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ…
ତେଜପତ୍ରରେ କପର୍, ପୋଟାସିୟମ୍, କ୍ୟାଲସିୟମ ଓ ଆଇରନ୍ ଭଳି ତତ୍ୱ ରହିଛି । ଯାହା ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।
ପେଟ ଜନିତ ସମସ୍ୟାରୁ ଉପଶମ ଦେଇଥାଏ ତେଜପତ୍ର । ଆପଣ ଚାହିଁଲେ ଚା’ରେ ପକାଇ ପିଇ ପାରିବେ ।
ଏଥିରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏ ଓ ସି ରହିଥାଏ । ଭିଟାମିନ୍ ଏ’ ଆଖି ଜନିତ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ବେଳେ ଭିଟାମିନ୍-ଓ ଶରୀରରେ ଧଳା ରକ୍ତ ସେଲ୍ସକୁ ବୃଦ୍ଧି କରିଥାଏ ।
ତେଜପତ୍ର ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଉପକାରୀ । ବ୍ଲଡ୍ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ତେଜପତ୍ର ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।