Latest Odisha News

BREAKING NEWS

ଜନ୍ମଦିନରେ ମୁଗାମ୍ବୋଙ୍କୁ ସମ୍ମାନ ଜଣାଇଲା ଗୁଗୁଲ୍

ମୁମ୍ବାଇ: ପ୍ରଖାତ୍ୟ ବଲିଉଡ ଅଭିନେତା ସ୍ୱର୍ଗତ ଅମରେଶ ପୁରୀଙ୍କ ଆଜି ହେଉଛି ୮୭ତମ ଜନ୍ମଦିବସ । ଏହି ବଲିଉଡ ଆକ୍ଟରଙ୍କ ସମ୍ମାନ ଉଦ୍ଦେଶରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ନିଜ ହୋମ୍ ପେଜରେ ତାଙ୍କ ଫଟୋକୁ ରଖିଛି ।

ମାହାନ କଳାକାର ଅମରେଶ ପୁରୀ ଥିଲେ ହିନ୍ଦୀ ସିନେମାର ଜଣେ ପ୍ରତିଷ୍ଠିତ ଖଳନାୟକ । ‘ମିଷ୍ଟର ଏଣ୍ଡିଆ’ର ମୁଗାମ୍ବୋ ଚରିତ୍ରରେ ସେ ଦେଖାଇଥିଲେ ନିଜ ଅଭିନୟର ପରାକାଷ୍ଠା । ସେହିପରି ଡିଡିଏଲଜେ ଚଳଚ୍ଚିତ୍ରରେ ସେ ନଜର ଆସନ୍ତି ସିମରନ(କାଜଲ)ଙ୍କ ବାପା ଭୂମିକାରେ । ଯାହା ଦର୍ଶକଙ୍କ ମନରେ ତାଙ୍କୁ ଆଜିବି ଜୀବିତ କରି ରଖିଛି ।

ଅମରେଶଙ୍କ ଖଳନାୟକ ହସ ତାଙ୍କୁ ଦେଇଥିଲା ସିନେମା ଜଗତରେ ଏକ ସତ୍ୱନ୍ତ୍ର ପରିଚୟ । ତାଙ୍କର ଏହି କୂଟିଳ ହସରେ ରହିଥିଲା କପଟତା । ଏହି କପଟତାର ହସ ତାଙ୍କୁ ଅଭିନୟ ଜଗତରେ ଶୀର୍ଷରେ ସ୍ଥାନରେ ପହଁଞ୍ଚାଇ ଥିଲା ।

ଖାଲି ବଲିଉଡ ନୁହେଁ ହଲିଉଡରେ ମଧ୍ୟ ସେ ଅଭିନୟ କରିବାର ସୁଯୋଗ ପାଇଥିଲେ । ହଲିଉଡ ସିନେମା ‘ଗାନ୍ଧି’ରେ ସେ ସହ କଳାକାର ଭାବେ ଅଭିନୟ କରିଥିବା ବେଳେ ‘ଇଣ୍ଡିଆନ୍ ଜୋନ୍ସ ଆଣ୍ଡ ଟେମ୍ପୁଲ୍ ଅଫ ଡୁମ୍’ ରେ ସେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
ସିନେମାର ଖଳନାୟକ ଭୂମିକା ପାଇଁ ଅନେକ ନର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଅମରେଶ ପୁରୀ ।

ଅମରେଶ ୧୯୩୨ ମସିହା ୨୨ଜୁନରେ ପଞ୍ଜାବର ଏକ ଗାଁରେ ଜନ୍ମ ନିଅନ୍ତି । ସେ ୩୯ବର୍ଷ ବୟସରେ ଆରମ୍ଭ କରନ୍ତି ନିଜର ଅଭିନୟ ଜୀବନ । ପ୍ରାୟ ୨୦୦ରୁ ଅଧିକ ସିନେମାରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ଭାରତୀୟ ସିନେମାର ଏହି ଦିବଙ୍ଗତ କଳାକାର ୨୦୦୫ ମସିହା ଜାନୁଆରୀ ୨୫ ତାରିଖରେ ପ୍ରାଣ ହରାଇଥିଲେ । ଆଜି ମଧ୍ୟ ତାଙ୍କର ଅଗଣିତ ପ୍ରଶଂସକଙ୍କ ହୃଦୟରେ ତାଙ୍କୁ ଜୀବିତ କରି ରଖଛି ତାଙ୍କର ଏହି ଲୋକପ୍ରିୟ ଡାଇଲଗ୍ ଦୁଇଟି
‘ମୁଗାମ୍ବୋ ଖୁସ୍ ହୁଆ’….
‘ଯା ସିମରନ୍ ଯା, ଜିଲେ ଆପନି ଜିନ୍ଦେଗୀ’….

Leave A Reply

Your email address will not be published.