Latest Odisha News

BREAKING NEWS

ବେଆଇନ ଖଣି ଖନନ ମାମଲା, ୬ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି

କେନ୍ଦୁଝର: ପରିବେଶ ଆଇନ ଉଲଘଂନ ଓ ବେଆଇନ ଖଣି ଖନନ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଛଅ ଖଣି ମାଲିକଙ୍କ ସ୍ତାବର ଆସ୍ତାବର ସମ୍ପତି ଜବତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ୱାରେଣ୍ଟ ଜାରି କରାଯାଇଛି।

ଏ ସଙ୍କ୍ରାନ୍ତରେ ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ଏକ ମାସ ମଧ୍ୟରେ ସମସ୍ତ ୬ଖଣି ମାଲିକଙ୍କ ସମ୍ପତି ଜବତ କରିବା ପାଇଁ ପୁଲିସ ଓ ସମ୍ପୃକ୍ତ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ୱାରେଣ୍ଟ ଜାରି କରାଯାଇଥିବା ଖଣି ଗୁଡିକ ହେଉଛି ଏସ୍.ଡି ଶର୍ମା, ବିପିଏମଇ, ବାସୁଦେବ ଅଗ୍ରୱାଲ, ବି.କେ ମହାନ୍ତି, ବି.ଡି ପଟ୍ଟନାୟକ ଓ ନାରାୟଣି ଆଣ୍ଡ ସନ୍ସ ।

Leave A Reply

Your email address will not be published.