Latest Odisha News

ସେୟାରଚାଟକୁ ୭୬୦୦ କୋଟିରେ କିଣିବ ଗୁଗୁଲ !

ବାଙ୍ଗାଲୋର: ଆମେରିକାର ପ୍ରତିଷ୍ଠିତ ଟେକ କମ୍ପାନୀ ଗୁଗୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ସେୟାରଚାଟକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ଗୁଗୁଲ ଏ ବାବଦକୁ ୭୬୦୦ କୋଟି ଟଙ୍କା ଦେବାକୁ ରାଜି ଅଛି । କରୋନା ମହାମାରୀ ସମୟରେସେୟାରଚାଟର ଆକ୍ଟିଭ ୟୁଜର୍ସ ୧୬୬ ପ୍ରତିଶତ ବଢ଼ିଥିଲା । କମ୍ପାନୀର କୋଫାଉଣ୍ଡର ଓ ସିଟିଓ ଭାନୁ ପ୍ରତାପ ସିଂ କିନ୍ତୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

ଟିକଟକ ବ୍ୟାନ ହେବା ପରେ ଲକଡାଉନର ପୂରା ଫାଇଦା ସେୟାରଚାଟକୁ ମିଳିଥିଲା । ୨୦୧୫ରେ ଅଙ୍କୁଶ ସଚଦେବା, ଭାନୁପ୍ରତାପ ସିଂ ଓ ଫରୀଦ ଅହଶାନ ୨୦୧୫ରେ ଶେୟରଚାଟର ସ୍ଥାପନ କରିଥିଲେ । ଅଙ୍କୁଶ କମ୍ପାନୀର ସିଇଓ ଥିବା ବେଳେ ଭାନୁ ପ୍ରତାପ ସିଆଇଓ ଓ ଫରୀଦ ସିଓଓ ଅଛନ୍ତି ।

Leave A Reply

Your email address will not be published.