Latest Odisha News

BREAKING NEWS

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ଆଜି ବିଧାନସଭାରେ ଉତ୍ତର ରଖି ଏକଥା କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିଥିବା ଏବଂ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣି ଏହା ଉପରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍‌ ଆଣିଥିଲେ ବିଧାନସଭାରେ ବିରୋଧୀ ଦଳ ।

ବିରୋଧୀଙ୍କ ମୁଲତବୀ ନୋଟିସ୍‌କୁ ଗ୍ରହଣ କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉତ୍ତର ରଖିବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ବାଚସ୍ପତି । କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ ।

ନିକଟରେ କଟକ ନୟାସଡ଼କ ସ୍ଥିତ ଆଇଆଇଏଫ୍ଏଲ୍ ନାମକ ଫାଇନାନ୍ସ କମ୍ପାନୀରୁ ଲୁଟ୍‌ ଘଟଣାର ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ, ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ଓ ଲୁଟ୍‌ ସୁନା ଜବତ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

Leave A Reply

Your email address will not be published.