Latest Odisha News

ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍ 

ନୂଆଦିଲ୍ଲୀ: ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍। ବହୁ ସଂଖ୍ୟକ ୟୂଜର୍ସ ସୋସିଆଲ ମିଡିଆରେ ଗୁଗୁଲ ମିଟ୍ ଡାଉନ୍ ନେଇ ଅଭିଯୋଗ କରୁଛନ୍ତି। ଗୁଗୁଲର ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ କିଛି ସମୟ ପାଇଁ ଡାଉନ୍ ହୋଇଛି, ଏବଂ ଏହାକୁ ଆକ୍ସେସ୍ କରିବା ସମୟରେ 502 ତ୍ରୁଟି ଦେଖାଯାଉଛି।

DownDetector ଅନୁଯାୟୀ, ଗୁଗୁଲ ମିଟ୍ ଡାଉନ୍ ହେବାର ପ୍ରାୟ ୧୬୦୦ ରିପୋର୍ଟ ପ୍ରାପ୍ତ ହୋଇଛି। ଏଥିମଧ୍ୟରୁ ୬୪ ପ୍ରତିଶତ ୱେବସାଇଟ୍ ସହିତ ସମସ୍ୟା, ୩୩ ପ୍ରତିଶତ ସର୍ଭର ସଂଯୋଗ ସହିତ ଏବଂ ୨ ପ୍ରତିଶତ ଭିଡିଓ ଗୁଣବତ୍ତା ସହିତ ସମସ୍ୟା ରିପୋର୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଗୁଗୁଲ ମିଟ୍ କେବଳ ଭାରତରେ ଡାଉନ୍ ଅଛି ଯଦିଓ ଅନ୍ୟ କୌଣସି ସ୍ଥାନରେ ସମସ୍ୟା ପରିଲକ୍ଷିତ ହୋଇନାହିଁ। ଗୁଗୁଲ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ।

ଗୁଗୁଲ ମିଟ୍ ଡାଉନ୍ ପରେ ଅନେକ ୟୂଜର୍ସ ସୋସିଆଲ ମିଡିଆରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜଣେ ୟୂଜର୍ସ ଲେଖିଛନ୍ତି, “ମୁଁ ମୋର କାମ ସମାପ୍ତ କରିବା ପୂର୍ବରୁ କ୍ରାସ୍ ହୋଇଯାଉଛି।” ଅନ୍ୟ ଜଣେ ୟୂଜର୍ସ ଲେଖିଛନ୍ତି, “ଗୁଗୁଲ ମିଟ୍ ଡାଉନ୍ ହୋଇଛି। ସେହିପରି ଆଉ ଜଣେ ଏକ ଫଟୋ ସେୟାର କରି ଲେଖିଛନ୍ତି, “ଗୁଗୁଲ୍ ମିଟ୍ ବନ୍ଦ ହୋଇଯାଇଛି। ସେଥିପାଇଁ ମୁଁ ମିଟିଂରେ ଯୋଗ ଦେଇପାରିବି ନାହିଁ।”

 

Comments are closed.