Latest Odisha News

BREAKING NEWS

ଲୋନ ଦେଉଥିବା ୧୭ ଆପକୁ ହଟାଇଲା ଗୁଗଲ ପ୍ଲେ ଷ୍ଟୋର

ନୂଆଦିଲ୍ଲୀ: ଟେକ ଜ୍ୟାଂଟ ଗୁଗଲ ପ୍ଲେ ଷ୍ଟୋର ଲୋନ ପ୍ରଦାନ କରୁଥିବା ୧୭ ଆପକୁ ରିମୁଭ କରିଛି । ଏହି ଆପଗୁଡିକରେ ସ୍ପାୟ ମାଲୱେର ମିଳିଥିଲା । ଏହି କମ୍ପାନୀଗୁଡିକ ଲୋନ ଦେବା ଆଳରେ ଗ୍ରାହକଙ୍କୁ ଠକୁଥିଲେ । ଓଭରାଲ ୧୮ରୁ ୧୭ ରିମୁଭ ହୋଇଥିବା ବେଳେ ଆଉ ଗୋଟିଏ ଆପ ଗୁଗଲ ନର୍ମ ଅନୁସାରେ କାର୍ଯ୍ୟ କରିବା ଶୈଳୀ ବଦଳାଇଥିବାରୁ ଏହାକୁ ହଟା ଯାଇ ନାହିଁ । ତେବେ ଥାର୍ଡ ପାର୍ଟି ସୋର୍ସ ମାଧ୍ୟମରେ କେତେକ ଆପ ଏବେ ବି ଆକ୍ଟିଭ ରହିଛି । ୧.୨୦ କୋଟି ଥର ଏହି ଆପଗୁଡିକ ଡାଉନଲୋଡ କରାଯାଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଏସଏମଏସ ମାଧ୍ୟମରେ ଟେକ୍ସଟ ମ୍ୟାସେଜ ପଠାଇ ଏଗୁଡିକୁ ଗ୍ରାହକଙ୍କୁ ଠକୁଥିଲେ । ଭାରତ ସମେତ, ମେକ୍ସିକୋ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଭିଏତନାମ, ପାକିସ୍ତାନ, କଲମ୍ବିଆ, ପେରୁ, ଫିଲପାଇନ୍ସ, ମିଶର, କେନିୟା, ନାଇଜେରିଆ ଓ ସିଙ୍ଗାପୁରରୁ ଏହି ଆପଗୁଡିକ ଅପରେଟ କରାଯାଉଥିଲା ।

ଲୋନ ପ୍ରଲୋଭନ ଦେଖାଇ ସେମାନେ ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରି ଠକୁଥିଲେ । କେତେକ କ୍ଷେତ୍ରରେ ସେମାନେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ନେଇ ବ୍ଲାକମେଲିଂ ମଧ୍ୟ କରୁଥିଲେ । ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ଭାବେ ନିର୍ଦ୍ଦେଶନାମା ଜାରୀ କରି ଗ୍ରାହକମାନଙ୍କୁ କହିଛି ଯେ, ଆପ ମାଧ୍ୟମରେ ଲୋନ ନେବା ବେଳେ ଏହା ଆରବିଆରୁ ରେଜିଷ୍ଟ୍ରେଡ ହୋଇଛି କି ନାହିଁ ଦେଖିବା ଜରୁରୀ । ଏହା ବ୍ୟତୀତ ଲୋନ ଦେଉଥିବା କମ୍ପାନୀ ସିଆଇଏନ, ସିଓଆର ଦେଖାଇବାକୁ ପଡିବ ।

Comments are closed.