ଭୁବନେଶ୍ବର:ଗୁଗୁଲ୍ ନିଜର ଲୋକପ୍ରିୟ ଫିଚର ‘Find My Device’ ର ଏକ ନୂତନ ସଂସ୍କରଣ ଆଣିଛି, ଯାହାର ନାଁ “Find Hub”ରହିଛି । Android Show ଇଭେଣ୍ଟରେ କମ୍ପାନୀ ଘୋଷଣା କରିଥିଲା ଯେ, ଏହି ସେବା ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ବ୍ୟାପକ ହେବ।
ପୂର୍ବରୁ ହଜିଯାଇଥିବା ଆଣ୍ଡ୍ରଏଡ୍ ଫୋନ୍ କିମ୍ବା ଡିଭାଇସ୍ ଖୋଜିବା ପାଇଁ ସୀମିତ ଥିବା ଗୁଗୁଲର ଏହି ସେବା ଏବେ ଅନ୍ୟ ଅନେକ ଜିନିଷକୁ ମଧ୍ୟ ଟ୍ରାକ୍ କରିପାରିବ। ଏଥିରେ ସାଟେଲାଇଟ୍ ମାଧ୍ୟମରେ ଲୋକେସନ୍ ଟ୍ରାକିଂ, ନୂତନ ବ୍ଲୁଟୁଥ୍ ଟ୍ୟାଗ୍ ଏବଂ ଅନେକ ଏୟାରଲାଇନ୍ସ ସହିତ ସହଭାଗୀତା ଭଳି ଫିଚର ଅନ୍ତର୍ଭୁକ୍ତ ହେବ।
ଗୁଗୁଲ୍ ଏହା ମଧ୍ୟ କହିଛି ଯେ ୨୦୨୫ ଶେଷ ସୁଦ୍ଧା ସାଟେଲାଇଟ୍-ଆଧାରିତ ଲୋକେସନ ଫାଇଡିଙ୍ଗର ସୁବିଧା ଆରମ୍ଭ ହେବ। ଏହା ଦ୍ୱାରା ମୋବାଇଲ୍ ନେଟୱାର୍କ କିମ୍ବା ଇଣ୍ଟରନେଟ୍ ଉପଲବ୍ଧ ନଥିବା ସ୍ଥାନଗୁଡ଼ିକରେ ମଧ୍ୟ ହଜିଯାଇଥିବା ଡିଭାଇସ୍ ଖୋଜିବା ସମ୍ଭବ ହେବ।
ଗୁଗୁଲ୍ ଫାଇଣ୍ଡ ହବ୍ରେ ଅନେକ ନୂତନ ଫିଚର ଅନ୍ତର୍ଭୁକ୍ତ କରିଛି। ଏଗୁଡ଼ିକରେ ଅଲଟ୍ରା ୱାଇଡବ୍ୟାଣ୍ଡ (UWB) ପ୍ରଯୁକ୍ତିବିଦ୍ୟା ରହିଛି, ଯାହା ବ୍ୟବହାରକାରୀଙ୍କୁ ସଠିକ୍ ଟ୍ରାକିଂ ପ୍ରଦାନ କରେ। ଏହା ସହିତ, ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଏବେ ମୋଟୋରୋଲାର ମୋଟୋକୁ UWB ସାହାଯ୍ୟରେ ଟ୍ରାକ୍ କରିପାରିବେ।
ଗୁଗୁଲ୍ ଏଥିରେ ଆହୁରି ଅନେକ ଅଂଶୀଦାରଙ୍କୁ ଯୋଡିଛି । ଏଥିରେ ଜୁଲାଇ ଏବଂ ମୋକୋବାରା ଭଳି ଲଗେଜ୍ ବ୍ରାଣ୍ଡ ଅନ୍ତର୍ଭୁକ୍ତ, ଯେଉଁମାନଙ୍କର ବ୍ୟାଗଗୁଡ଼ିକୁ ଏବେ ସହଜରେ ଟ୍ରାକ୍ କରାଯାଇପାରିବ।
ଯାତ୍ରୀମାନେ ସେମାନଙ୍କ ଲଗେଜ ଟ୍ରାକ୍ କରିବା ସହଜ କରିବା ପାଇଁ ଗୁଗୁଲ୍ ଅନେକ ଆନ୍ତର୍ଜାତୀୟ ଏୟାରଲାଇନ୍ସ ସହିତ ସହଭାଗୀତା ଘୋଷଣା କରିଛି। ଗୁଗୁଲ୍ ସହିତ ସହଭାଗୀତା କରୁଥିବା ଏୟାରଲାଇନ୍ସଗୁଡ଼ିକ ମଧ୍ୟରେ ଏୟାର ଲିଙ୍ଗସ୍, ବ୍ରିଟିଶ ଏୟାରୱେଜ୍, କ୍ୟାଥେ ପାସିଫିକ୍, ଆଇବେରିଆ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଅନ୍ତର୍ଭୁକ୍ତ।
Comments are closed.