Latest Odisha News

କର୍ମଚାରୀଙ୍କୁ ଚେତାଇଲା ଗୁଗଲ: ଟୀକା ନ ନେଲେ ଦରମା କଟିବ

ନୂଆଦିଲ୍ଲୀ: ଗୁଗଲ ତାର କର୍ମଚାରୀଙ୍କୁ ଚେତାଇ ଦେଇଛି । ଯେଉଁମାନେ ଭ୍ୟାକ୍ସିନ ନେଇନ, ତୁରନ୍ତ ନେଇ ଯାଅ ନ ହେଲେ ଦରମା କଟିବ । ୩ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ଷ୍ଟାଟସ ଜମା କରିବାକୁ ଏବଂ ୧୮ ଜାନୁୟାରୀ ମଧ୍ୟରେ ଟୀକା ନେବା ପାଇଁ ଗୁଗଲ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।

ଯଦି କୌଣସି କର୍ମଚାରୀ ଏହି ସମୟ ସୀମା ମଧ୍ୟରେ ଭ୍ୟାକ୍ସିନ ନ ନେଇଥିବ ତାହାହେଲେ ତାଙ୍କୁ ପେଡ ଏଡମିନିଷ୍ଟ୍ରେଟିଭ ଲିଭରେ ରଖାଯିବ । ଏହା ପରେ ୬ ମାସ ଅନପେଡ ପର୍ସନାଲ ଲିଭରେ ରଖାଯିବ । ତା ସତ୍ୱେ ଯଦି କର୍ମଚାରୀ ଅବହେଳା କରନ୍ତି ତେବେ ଚାକିରୀରୁ ଛଟେଇ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

Comments are closed.