Latest Odisha News

BREAKING NEWS

[ଭିଡିଓ] ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ମୟଙ୍କ

ଯାଜପୁର : ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ୮ ବର୍ଷ ଛାତ୍ର । ଯାଜପୁର ବରୀ ବ୍ଲକ ଗୋଲକୁଣ୍ଡ ହରିପୁର ଗାଁର ମୟଙ୍କ ପତି ।ବୟସ ମାତ୍ର ମାତ୍ର ୮ ବର୍ଷ ହେଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ପୁରଷ୍କାର ହାତେଇବାରେ ସଫଳ ହୋଇଛନ୍ତି ମୟଙ୍କ ।

ମୟଙ୍କ କେବଳ ସଂସ୍କୃତ ଶୋକ ନୁହେଁ ହିନ୍ଦି ଓ ଇଂରାଜୀ ଭାଷାରେ ଗୀତ ଶୁଣାଇ ହାସଲ କରିଛନ୍ତି ଅନେକ ପୁରଷ୍କାର । ନିକଟରେ ଇଣ୍ଟରନ୍ୟାସନାଲ ବୁକ ଅଫ୍ ରେକର୍ଡର୍ସରେ ସ୍ଥାନ ପାଇବା ପରେ ମୟଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ସଫଳତା ପଛରେ ବାପା ଓ ମା ଓ ପରିବାର ଆର୍ଶୀବାଦ ଥିବା ମୟଙ୍କ କହିଛନ୍ତି ।

ଏବେ କଟକର ସେଣ୍ଟ ଜାଭିୟର୍ସ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗୀତାରେ ସପଂଳତା ପାଇ ନିଜ ପରିବାର ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ପୂର୍ବରୁ ଗପ ଶୁଣାଇ ଇଷ୍ଟ ଲଣ୍ଡନ ରେଡିଓ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି । ସେହିପରି ରାମ ସଂଗୀତ ଗାଇବା ସହିତ ଅଭିନୟ କରି ଅନେକ ପୁରସ୍କାର ପାଇଛନ୍ତି ।

ମୟଙ୍କ ନିଜର ୟୁ ଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନିଜର ହଜାର ହଜାର ପ୍ରଶଂସକ ମଧ୍ୟ ତିଆରି କରି ପାରିଛନ୍ତି । ମୟଙ୍କଙ୍କୁ ଏହି ସପଂଳତା ମିିଳିବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପିଲାଟି ଦିନରୁ ନିଜ ମା ଙ୍କ ଠାରୁ ଗପ ଶୁଣିବା ଠାରୁ ଆରମ୍ଭ କରି ଅଭିନୟର କଳାର ଶିକ୍ଷା ଗ୍ରହଣ କରିବା ସହିତ ଜେଜେ ବାପାଙ୍କ ଠାରୁ ସଂସ୍କୃତ ଶ୍ଳୋକ ଶିକ୍ଷାଲାଭ କରିଥିଲେ । ଆଗକୁ ମୟଙ୍କ ଆହୁରି ସପଂଳତା ହାସଲ କରିବା ନେଇ ଆଶା କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.