ଭୁୁବନେଶ୍ୱର: ଏଣିକି ଓଡ଼ିଆରେ ‘ଗୁଗଲ ଟ୍ରାନ୍ସଲେସନ୍’ରେ ମିଳିବ ସୁବିଧା । ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲର ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡ଼ିଆ ଭାଷା ଯୋଡି ହୋଇଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଯୋଡି ହୋଇଛି ।
ଏବେ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ ଅନ୍ୟ ଭାରତୀୟ ଭାଷା ପରି ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବେ ଓ ଅନ୍ୟକୁ ମଧ୍ୟ ବୁଝାଇପାରିବେ । ତେବେ ଏହା ବର୍ତ୍ତମାନ ପରୀକ୍ଷା ସ୍ତରରେ ରହିଛି । ଆଗାମୀ କିଛି ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି କୁହାଯାଉଛି ।
ଗୁଗଲ ଟ୍ରାନ୍ସଲେସନରେ ଓଡ଼ିଆ ଭାଷା ସହ, କିନ୍ୟାରୱାଣ୍ଡା, ତାତର, ତୁର୍କମେନ୍ ଏବଂ ୟୁଏଗୁରୁ ଭାଷାକୁ ମଧ୍ୟ ସ୍ଥାନ ମିଳିଛି । ଏହି ସବୁ ଭାଷା ଗୁଡିକୁ ବିଶ୍ୱର ୭୫ ମିଲିଅନ୍ ଲୋକ ବ୍ୟବହାର କରୁଛନ୍ତି । ଗୁଗଲ ଟ୍ରାନ୍ସଲେଟ୍ରେ ୧୦୮ଟି ଭାଷା ଯୋଡିବାର ଅଛି ବୋଲି ଗୁଗଲ ପକ୍ଷରୁ କୁହାଯାଇଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.