Latest Odisha News

BREAKING NEWS

ଦିଲ୍ଲୀ ହିଂସା ନେଇ କେଜ୍ରିୱାଲଙ୍କ ବଡ ଘୋଷଣା; ଆପ୍ ନେତା ସାମିଲ ଥିଲେ ମିଳିବ ଡବଲ ଦଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅନେକ ଅଂଚଳରେ ହିଂସା କାରଣରୁ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହି ହିଂସା ପାଇଁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କ ପାଇଁ ଆଶ୍ୱସ୍ତି ମୂଳକ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ହିଂସାକାଣ୍ଡରେ ସଂପୃକ୍ତ କାହାରିକୁ ଛଡାଯିବ ନାହିଁ । ଆପ୍ ର କେହି ନେତା ସାମିଲ ଥିଲେ ତାଙ୍କୁ ଡବଲ ଦଣ୍ଡ ମିଳିବ । ଜାତୀୟ ସୁରକ୍ଷା ମାମଲାରେ କୌଣସି ରାଜନୀତି ହେବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

ତେବେ ଆପ୍ ନେତା ତାହିର ହୁସେନଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏହିୀ ଘୋଷଣା କରିଛନ୍ତି କେଜ୍ରିୱାଲ । ଏହା ବ୍ୟତୀତ ହିଂସାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.